‘ଚକୋଲେଟ୍‌ ଶ୍ରୀଖଣ୍ଡ’ ଏତେ ଟେଷ୍ଟି ଯେ ଥରେ ଖାଇଲେ ଆଉଥରେ ମାଗିବେ, ଜାଣନ୍ତୁ ପ୍ରସ୍ତୁତି ବିଧି

ପିଲାଠୁ ବଡ଼ ଯାଏଁ ସମସ୍ତଙ୍କୁ ଶ୍ରୀଖଣ୍ଡ ପସନ୍ଦ ହୋଇଥାଏ। ସାଧାରଣତଃ ଏହାକୁ କେସରରେ ପ୍ରସ୍ତୁତ କରାଯାଏ। କିନ୍ତୁ ଆମେ ଆଜି ଆପଣଙ୍କୁ ଏହାକୁ ଚକୋଲେଟ୍‌ରେ ଟ୍ଵିଷ୍ଟ କରି ବନାଇବା ଶିଖାଇବୁ। ଏହାର ପାଟିକୁ ଯେମିତି ଟେଷ୍ଟି ବନାଇବାକୁ ବି ସେମିତି ସହଜ। ଆଜି ଆସନ୍ତୁ ଜାଣିବା ଚକୋଲେଟ୍‌ ଶ୍ରୀଖଣ୍ଡ ବନାଇବା ବିଧି…

ଆବଶ୍ୟକୀୟ ଉପକରଣ:

୨ କପ୍‌ ଦହି, ୧ କପ୍‌ କ୍ରିମ୍‌, ୧/୨ କପ୍‌ ଚକୋଲେଟ୍‌, ୧ କପ୍‌ ଚିନି, ୧ ଚାମଚ ଚକୋଲେଟ୍‌ ସିରଫ୍‌, ୨ ବଡ଼ ଚାମଚ କଟା ବାଦାମ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ କପଡ଼ାରେ ଦହିକୁ ଭଲ ଭାବେ ଚିପୁଡ଼ି ଦିଅନ୍ତୁ, ଯେମିତି ଟିକେ ବି ପାଣି ନ ରହିବ। ଏହାକୁ ଏବେ ଏକ ପାତ୍ରରେ କାଢ଼ନ୍ତୁ। ବର୍ତ୍ତମାନ ଏକ ପ୍ୟାନ୍‌ରେ ଚକୋଲେଟ୍‌କୁ ତରଳାଇବା ପାଇଁ ଗ୍ୟାସ୍‌ରେ ବସାନ୍ତୁ। ଏହି ତରଳ ଚକୋଲେଟ୍‌ରେ କ୍ରିମ୍‌ ପକାଇ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଦହି ଓ ଚିନି ପକାଇ ଭଲ ଭାବେ ମିକ୍ସ କରନ୍ତୁ। ଏହି ମିଶ୍ରଣକୁ ଏକ ଗିନା ବା ଗ୍ଲାସ୍‌ରେ କାଢ଼ି ତାହାକୁ ଚକୋଲେଟ୍‌ ସିରପ୍‌, କ୍ରିମ୍‌ ଓ ବାଦାମରେ ସଜାଇ ୨ ଘଣ୍ଟା ପାଇଁ ଫ୍ରିଜ୍‌ରେ ରଖନ୍ତୁ। ପରେ ବାହାର କରି ସର୍ଭ କରନ୍ତୁ ‘ଚକୋଲେଟ୍‌ ଶ୍ରୀଖଣ୍ଡ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.