ଆସନ୍ତା ୫ ଦିନ ମଧ୍ୟରେ ପୃଥିବୀ ପୃଷ୍ଠ ମଧ୍ୟ ଦେଇ ଅତିକ୍ରମ କରିବ ବିଶାଳକାୟ ଉଲକା ପିଣ୍ଡ

ଆମେରିକା ଅନ୍ତରୀକ୍ଷ ଏଜେନ୍ସି ବା ନାସାର ସୂଚନା ଅନୁଯାୟୀ, ୨୪ ଜୁଲାଇ ରାତି ୧୨ଟାରେ ଅନ୍ତରୀକ୍ଷରୁ ଏକ ବଡ଼ ବିପଦ ପୃଥିବୀ ପୃଷ୍ଠକୁ ମାଡ଼ି ଆସୁଛି। ବିଗ ବେନ ଭଳି ବିଶାଳକାୟ ଆଷ୍ଟ୍ରଏଡ ବା ଉଲକା ପିଣ୍ଡ ପ୍ରତି ସେକେଣ୍ଡରେ ୮ କିଲୋମିଟର ଗତିରେ ପୃଥିବୀର ନିକଟତର ହେଉଛି। ଏହାର ନାମ Asteroid 2008 GO20 ରହିଛି। ଏହା ସାମ୍ନାରେ ଆସୁଥିବା ସମସ୍ତ ବସ୍ତୁ ତଥା ଗ୍ରହକୁ ନଷ୍ଟ କରିଦେବାର କ୍ଷମତା ରଖିଛି।

ଏହାର ଓସାର ୨୨୦ ମିଟର। ଏହା ପୃ୍‌୍‌ଥିବୀରୁ 2870847.607  କିଲୋମିଟର ଦୂରରେ ରହିଛି। ପୃଥିବୀ ପୃଷ୍ଠରୁ ଚନ୍ଦ୍ରର ଦୂରତାର ୮ ଗୁଣରୁ ଅଧିକ ରହିଛି ଏହାର ଦୂରତା। ନ୍ୟାସନାଲ େଓ୍ଵବସାଇଟ ରିପୋର୍ଟ ଅନୁଯାୟୀ, ଏହି ଆଷ୍ଟ୍ରଏଡ ପୃଥିବୀ ପୃଷ୍ଠ ସହ ମାଡ଼ ହେବାର ଆଶଙ୍କା କମ ରହିଛି। ଏହାର ଆକାର ସମ୍ଭବତଃ ଚୀନର ବର୍ଡ ନେଷ୍ଟ ଷ୍ଟାଡିୟମ ଭଳି ରହିଛି। ଖବର ଅନୁଯାୟୀ, ଏହାପୂର୍ବରୁ ମଧ୍ୟ ଆଷ୍ଟ୍ରଏଡ ଯାଇଥିଲା। ଏହା ସାନ ଫ୍ରାନ୍ସିକୋର ଗୋଲଡେନ ଗେଟ ବ୍ରିଜ ଭଳି ଲମ୍ବା ଥିଲା। ଏହା ପୃଥିବୀର ୧୮ ଲକ୍ଷ କିଲୋମିଟର ଦୂରରୁ ଗତି କରିଥିଲା।

ଏବେ ଏକ ନୂଆ ଆଷ୍ଟ୍ରଏଡ ଆସନ୍ତା ଶନିବାର ପୃଥିବୀ ପୃଷ୍ଠ ଦେଇ ଅତିକ୍ରମ କରିବ। ଏହା ପାଇଁ ପୃଥିବୀ ପୃଷ୍ଠରେ ଅନେକ କ୍ଷତି ଘଟିବ ବୋଲି ଆଶଙ୍କା ରହିଛି। ଏହାକୁ ନେଇ ନାସା ଏବେ ପ୍ରତିଦିନ ଆଷ୍ଟ୍ରଏଡର ଗତି ଉପରେ ନଜର ରଖିଛି। ସ୍ପେଶ ଡଟ୍‌ କମ ଅନୁଯାୟୀ, ଯେବେ ଅନ୍ତରୀକ୍ଷରୁ କୋଣସି ପଥର ଘୂରି ଘୂରି ଆସିଥାଏ ତେବେ ସେହି ସମୟରେ ସୂର୍ଯ୍ୟଙ୍କ ଉତ୍ତାପ ସଂସ୍ପର୍ଶରେ ଆସି ନିଜ ରାସ୍ତା ପରିବର୍ତ୍ତନ କରିଥାଏ। ଏହାର ପରିବର୍ତ୍ତନକୁ ୟକ୍ରୋବକ୍ସି ପ୍ରଭାବ କୁହାଯାଏ। ଏହାର ପ୍ରଭାବରେ ଆଷ୍ଟ୍ରଏଡ ନିଜର ଗତି ପରିବର୍ତ୍ତନ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.