ଚୀନ କମ୍ପାନି ଆଣିଲା Xpeng ନୂଆ ଇଲେକ୍ଟ୍ରିକ ଫ୍ଲାଇଙ୍ଗ୍‌ କାର୍‌, ଘଣ୍ଟାକୁ ବେଗ ୧୩୦ କି.ମି

ନୂଆଦିଲ୍ଲୀ : ଚୀନ ଏବେ ନୂଆ ଫ୍ଲାଇଙ୍ଗ କାର୍‌ ବଜାରକୁ ଆଣିବାକୁ ଯାଉଛି । ଚୀନ ଇଲେକ୍ଟ୍ରିକ କମ୍ପାନି Xpeng ତା’ର X2 ଇଲେକ୍ଟ୍ରିକ ଫ୍ଲାଇଙ୍ଗ କାର୍‌ ବଜାର ପ୍ରବେଶ କରାଇଛି । କମ୍ପାନିର ଚେୟାରପର୍ସନ ଏବଂ ସିଇଓ ଚୀନର ମାଇକ୍ରୋ ବ୍ଲଗିଂ େଓ୍ଵବସାଇଟରେ ଏକ ୧.୫ ମିନିଟର ଫୁଟେଜ ଜାରି କରିଛି । ଯେଉଁଥିରେ ବହୁତ ସୁରକ୍ଷା ସହ କାରଟି ଉଡୁଥିବାର ଦେଖାଯାଇଛି ।

ଏହି କାରକୁ ବିନା କୌଣସି ମାନବ ଯାତ୍ରୀ ସହ ସଫଳ ଭାବରେ ଉଡାଣ ଭରୁଥିବାର ଦେଖାଯାଇଛି । କିଛି ସମୟ ଆକାଶରେ ଉଡ଼ିବା ପରେ ପୁଣି ସୁରକ୍ଷିତ ଭାବରେ ଭୂମିକୁ ଫେରି ଆସୁଛି ।

ଏହି ଫ୍ଲାଇଙ୍ଗ କାରର ଓଜନ ରହିଛି ୩୬୦ କିଲୋଗ୍ରାମ । ଏହି କାରର ରେଞ୍ଜ ୩୫ ମିନିଟ । ଏହା ଅତିବେଶୀରେ ୧୩୦ କି.ମି ବେଗରେ ଉଡାଣ ଭରିପାରେ । ଏହାଛଡ଼ା କାରଟି ତା’ର ସେନ୍ସର ଦ୍ୱାରା ଭୂମି ଉପରେ ଥିବା ଗତିବିଧିକୁ ଲକ୍ଷ୍ୟ କରିପାରେ । ଏହି କାରର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହା ଦୁଇ ପଟକୁ ୧୦୦ କି.ମି ବେଗରେ ଯାଇପାରେ ।

ଏଥିରେ ପାରାଶ୍ୟୁଟ୍‌ ଇଜେକ୍‌ସନ ବ୍ୟବସ୍ଥା ସହ ୨୪ ଘଣ୍ଟା ମନିଟରିଙ୍ଗ ବ୍ୟବସ୍ଥା ର ହିଛି । ଚଳିତ ବର୍ଷ ଅପ୍ରେଲ ମାସରେ କମ୍ପାନି ସାଂଘାଇ ଅଟୋ ଶୋ ରୁମ୍‌ରେ ଫ୍ଲାଇଙ୍ଗ କାର Voyager X1 ପ୍ରଦର୍ଶନ କରିଥିଲା । ସେବେ ଠାରୁ ଏହା ୧୦ ହଜାର ରୁ ଅଧିକ ଥର ପରୀକ୍ଷଣ ଉଡାଣ ଭରି ସାରିଲାଣି । ବର୍ଷ ଶେଷକୁ ଏହା ସଫଳତାର ସହ ମାର୍ଗରେ ଚାଲିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.