ନୟାଗଡ଼: କେମିତି ମଲେ ମିଲିରାଣୀ ଓ ତାଙ୍କ କୁନି ପୁଅ, ସୁଇସାଇଡ ନୋଟ କାହାର?

ନୟାଗଡ଼(କେନ୍ୟୁଜ୍):  ଘର ଭିତରୁ ମା’ ପୁଅଙ୍କ ମୃତଦେହ ଉଦ୍ଧାର। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସଙ୍ଖେଇ ଗାଁରେ ଘଟିଛି ଅଭାବନୀୟ ଘଟଣା। ପୁଅକୁ ମାରିବା ପରେ ମାଆ ମିଲିରାଣୀ ସାହୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେପଟେ ଘରେ କେହି ସଦସ୍ୟ ନଥିବାରୁ ସେମାନଙ୍କୁ ହତ୍ୟା କରି ଫେରାର ହୋଇଥିବା ମିଲିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ଯୌତୁକ ଦାବି କରି ତାଙ୍କୁ ଶାଶୂଘର ଲୋକ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ସକାଳୁ ମୃତଦେହ ପଡ଼ି ରହିଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାପଡ଼ିଛି। ତେବେ ଘର ଭିତରେ ଏକ ହାତଲେଖା ସୁଇସାଇଡ ନୋଟ ପଡ଼ିରହିଛି।

Leave A Reply

Your email address will not be published.