ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ନାଗପୁରର ବିଭିନ୍ନ ମେଡିକାଲ ସେଣ୍ଟର୍ସ ପାଇଁ ବ୍ଯାଙ୍କ ମେଡିକାଲ କନସଲଟାଣ୍ଟ ପଦ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୮ ଅଗଷ୍ଟ ୨୦୨୧ ପର୍ଯ୍ଯନ୍ତ ଆବେଦନ କରିପାରିବେ। ରିଜର୍ଭ ବ୍ଯାଙ୍କ ଭର୍ତ୍ତି ପାଇଁ ଆବେଦନ କରିବା ପୂର୍ବରୁ ଆରବିଆଇର ଅଧିକାରକ ୱେବସାଇଟ opportunities.rbi.org.in କୁ ଯାଇ ଅଧିକ ବିବରଣୀ ପାଇପାରିବେ।
ପଦବୀ ବିବରଣୀ: ୪
ଦରମା: ଯୋଗ୍ଯ ପ୍ରାର୍ଥୀଙ୍କୁ ଦିନରେ ପ୍ରତି ଘଣ୍ଟାକୁ ୧ ହଜାର ଟଙ୍କାର ଦରମା ମିଳିବ।
ଶିକ୍ଷାଗତ ଯୋଗ୍ଯତା: ଯେଉଁ ପ୍ରାର୍ଥୀଙ୍କ ପାଖରେ ମେଡିକାଲ ଏଲୋପାଥିକ ମେଡିସିନରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଦ୍ବାରା ମାନ୍ଯତାପ୍ରାପ୍ତ କୌଣସି ୟୁନିଭରସିଟିରୁ ଅତିକମରେ MBBS ଡିଗ୍ରୀ ରହିଥିବା ଜରୁରୀ।
ଚୟନ ପ୍ରକ୍ରିୟା: ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କୁ ବ୍ଯାଙ୍କ ଇଣ୍ଟରଭ୍ଯୁ ପାଇଁ ଡକାଯିବ। ଇଣ୍ଟରଭ୍ଯୁ ପରେ ବ୍ଯାଙ୍କର ମେଡିକାଲ କନସଲଟାଣ୍ଟ ଭାବେ ନିଯୁକ୍ତି କରିବା ପୂର୍ବରୁ ଭେରିଫିକେସନ ପ୍ରୋସେସକୁ ପୁରା କରିବାକୁ ହେବ।
ଆବେଦନ ଏମିତି କରନ୍ତୁ: ପ୍ରାର୍ଥୀ ଆପ୍ଲିକେସନ ଫର୍ମ ସହିତ ଜରୁରୀ ଡକ୍ଯୁମେଣ୍ଟ ଏବଂ ଫଟୋକପି ଜମା କରିବାକୁ ହେବ। ୮ ଅଗଷ୍ଟ ୨୦୨୧ ପର୍ଯ୍ଯନ୍ତ Regional Director, Human Resource Management Department, RBI, Main Office Building, Dr. Raghavendra Rao Road, Civil Lines, PB No.15, Nagpur-440001।
ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ
https://opportunities.rbi.org.in/Scripts/bs_viewcontent.aspx?Id=4013
https://rbidocs.rbi.org.in/rdocs/content/pdfs/EPTN16072021_A3.pdf