ସବୁଠୁ ଦମ୍‌ଦାର ଫିଚର ଲଞ୍ଚ୍‌ କଲା ୟୁ-ଟ୍ୟୁବ୍‌, ଏବେ କଣ୍ଟେଣ୍ଟ କ୍ରିଏଟର୍ସ କରିପାରିବେ ମୋଟା ଅଙ୍କର ରୋଜଗାର

ଏକ ବଢ଼ିଆ ଫିଚର ଲଞ୍ଚ୍‌ କରିଛି ୟୁ-ଟ୍ୟୁବ୍‌। ଖାସ୍‌ କରି କ୍ରିଏଟର୍ସଙ୍କ ପାଇଁ ଏହି ଫିଚରକୁ ଲଞ୍ଚ୍‌ କରିଛି କମ୍ପାନୀ। ଏହି ଫିଚର ସାହାଯ୍ୟରେ କ୍ରିଏଟର୍ସ ଅଧିକରୁ ଅଧିକ ଲାଭବାନ୍‌ ହୋଇପାରିବେ। ୟୁଟ୍ୟୁବ୍‌ର ଏହି ନୂଆ ଫିଚର ନାଁ ରହିଛି ‘Super Thanks’। ଏହି ନୂଆ ଫିଚର ସାହାଯ୍ୟରେ ୟୁଜର ନିଜ ପ୍ରିୟ Youtube ଚ୍ୟାନେଲକୁ ଟିପ୍‌ ଦେଇପାରିବେ। ଯଦି ଆପଣଙ୍କୁ ଏକାଧିକ ଚ୍ୟାନେଲ ପସନ୍ଦ ତେବେ ଆପଣ ସେମାନଙ୍କୁ ବି ଟିପ୍‌ ଦେଇପାରିବେ। ଏହା ସାହାଯ୍ୟରେ କ୍ରିଏଟର୍ସଙ୍କୁ ଟଙ୍କା ଉପାର୍ଜନ କରିବାରେ ସାହାଯ୍ୟ ମିଳିବ। ଆସନ୍ତୁ ଜାଣିବା ୟୁଟ୍ୟୁବ୍‌ର ‘Super Thanks’ ଫିଚର ବିଷୟରେ…

‘Super Thanks’ ଫିଚର ବିଷୟରେ ୟୁଟ୍ୟୁବ୍‌ ନିଜ ବ୍ଲଗ୍‌ରେ ସୂଚନା ସେୟାର କରିଛି। ଏହା ଏକ ସମ୍ପୂର୍ଣ୍ଣ ନୂଆ ଫିଚର। ଏହା ସାହାଯ୍ୟରେ ୟୁଜର୍ସ ସିଧାସଳଖ ନିଜ ପ୍ରିୟ ଚ୍ୟାନେଲକୁ ଆର୍ଥିକ ଭାବେ ସାହାଯ୍ୟ କରିପାରିବେ।

କମ୍ପାନୀ ସୂଚନା ଦେଇ କହିଛି ଯେ ଫ୍ୟାନ୍‌ମାନେ ନିଜ ପ୍ରିୟ ଚ୍ୟାନେଲକୁ ୨ ଡଲାରରୁ ଆରମ୍ଭ କରି ୫୦ ଡଲାର ପର୍ଯ୍ୟନ୍ତ ଟିପ୍‌ ଦେଇପାରିବେ। ଆପର ଯେଉଁ ଚ୍ୟାନେଲକୁ ଟିପ୍‌ ଦେବେ ତାହା ସେହି ଚ୍ୟାନେଲର କମେଣ୍ଟରେ ଶୋ’ କରିବ। ଫଳରେ କ୍ରିଏଟର୍ସ ବି ଜାଣିପାରିବେ ଯେ ତାଙ୍କ ଚ୍ୟାନେଲକୁ କିଏ ଓ କେତେ ଟଙ୍କା ଟିପ୍‌ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.