ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୧୨ ଜଣ ଅସୁସ୍ଥ

ଆନନ୍ଦପୁର (କେନ୍ୟୁଜ୍‌) : ଏବେ ଶ୍ରାବଣ ଛତୁର ସମୟ । ହେଲେ ନଜାଣି ଛତୁ ତୋଳି ଖାଇଲେ ସମସ୍ୟାରେ ପଡ଼ିଯିବେ । ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ବଞ୍ଚୋ ଗାଁରେ । ଏହି ଗାଁରେ ବିଷାକ୍ତ ଛତୁ ଖାଇ ଦୁଇଟି ପରିବାରର ୧୨ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗାଁର ବୈରାଗୀ ଚରଣ ସ୍ବାଇଁଙ୍କ ବାଡ଼ିରେ ହୋଇଥିବା ଛତୁକୁ ପରିବାର ଲୋକେ ରାନ୍ଧି ଖାଇଥିଲେ । ଏମିତିକି ତାଙ୍କ ପଡୋଶୀ ସନାତନ ଜେନାଙ୍କ ପରିବାର ମଧ୍ଯ ସେହି ଛତୁକୁ ନେଇ ଖାଇଥିଲେ l କିଛି ସମୟ ପରେ ଛତୁ ଖାଇଥିବା ଉଭୟ ପରିବାରର ୧୨ଜଣଙ୍କର ବାନ୍ତି ହୋଇଥିଲା । ସେମାନେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସରେ ନେଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.