ମହାରାଷ୍ଟ୍ରରେ ମହାପ୍ରଳୟ, ତିନିଦିନ ଧରି ଲଗାଣ ବର୍ଷାରେ ୧୧୨ ଜଣଙ୍କ ଜୀବନ ହାନି

କେନ୍ୟୁଜ୍(ବ୍ୟୁରୋ): ମହାରାଷ୍ଟ୍ରରେ ମହାପ୍ରଳୟ। ବର୍ଷା ବିତ୍ପାତ ଓ ଭୂସ୍ଖଳନରେ କୋଙ୍କଣ ଓ ପଶ୍ଚିମ ମହାରାଷ୍ଟ୍ରରେ ବିପର୍ଯ୍ୟୟ। ତିନିଦିନ ଧରି ଲଗାଣ ବର୍ଷାରେ ୧୧୨ ଜଣଙ୍କ ଜୀବନ ହାନି ଘଟିଛି। ୫୩ ଜଣ ଆହତ ହୋଇଥିବା ବେଳେ ଏବେ ବି ୯୯ ଜଣ ନିଖୋଜ ଅଛନ୍ତି । ୩ ହଜାର ୨୨୧ ଜୀବଜନ୍ତୁଙ୍କ ଜୀବନ ନେଇଛି ବର୍ଷା ବିତ୍ପାତ । ପ୍ରାୟ ଏକ ଲକ୍ଷ ୩୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମୂଷଳାଧାର ବର୍ଷାରେ କୋଙ୍କଣର ସାତଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ତେବେ ଲକ୍ଷାଧିକ ଲୋକ ବନ୍ୟା ଓ ଭୂସ୍ଖଳନରେ ଫସି ରହିଛନ୍ତି।

maharashtra

ରାଇଗଡ଼ରେ ଭୂସ୍ଖଳନରେ ୩୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସତାରା ଜିଲ୍ଲାରେ ବନ୍ୟାରେ ୨୭ଜଣଙ୍କ ମୃତ୍ୟୁ ଘଟିଛି। ବହୁ ଲୋକ ବନ୍ୟା ଜଳରେ ଭାସି ଯାଇଛନ୍ତି। ସତାରାର ଅମ୍ବେଘର ଓ ମୀରଗାଓ ମଧ୍ୟ ଭୂସ୍ଖଳନ ଘଟି ବ୍ୟାପକ କ୍ଷତି ଘଟିଛି। ଉଦ୍ଧାର ଓ ସହାୟତା କାର୍ଯ୍ୟରେ ଏନଡିଆରଏଫ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ସହ ଭାରତୀୟ ସେନାର ୬ଟି ଟିମ୍‌ ମୁତୟନ ହୋଇଛନ୍ତି। ସମସ୍ତ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.