ମଣିପୁର ସରକାରଙ୍କ ବଡ଼ ଘୋଷଣା, ଅଲିମ୍ପିକ୍ସରେ ରୌପ୍ଯ ଜିତିଥିବା ମୀରାବାଈ ଚାନୁଙ୍କୁ ମିଳିବ ୧ କୋଟି

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଦେଇ ଗୌରବାନ୍ବିତ କରିଛନ୍ତି ଭାରୋତ୍ତୋଳନକାରୀ ମୀରାବାଈ ଚାନୁ। ସମଗ୍ର ଦେଶ ସୋସିଆଲ ମିଡିଆ ଜରିଆରେ ଚାନୁଙ୍କ ବିଜୟ ପାଇଁ ଖୁସି ମନାଉଛି। ଏହାଛଡା ମଣିପୁର ମୁଖ୍ଯମନ୍ତ୍ରୀ ଏନ ବିରେନ ସିଂ ମୀରାବାଈଙ୍କ ସହିତ ସିଧାସଳଖ କଥା ହେଉଥିଲେ। ମୀରାବାଈ ଚାନୁଙ୍କୁ ମଣିପୁର ସରକାରଙ୍କ ତରଫରୁ ୧ କୋଟି ଟଙ୍କା ଦେବାକୁ ଘୋଷଣା କରାଯାଇଛି।

ମୁଖ୍ଯମନ୍ତ୍ରୀ ବିରେନ ସିଂ ନିଜ ଚାଟକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଚାନୁଙ୍କ ବିଜୟରେ ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହ ମଧ୍ୟ ବେଶ ଖୁସି ହୋଇଥିଲେ। ଚାନୁଙ୍କୁ ମଣିପୁର ସରକାରଙ୍କ ତରଫରୁ ଏକ କୋଟି ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ଯ, ଚାନୁଙ୍କ ବିଜୟ ପାଇଁ ମଣିପୁର ଲୋକ ବହୁତ ପ୍ରାର୍ଥନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.