ଗୁଜରାଟ: ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ମହିଳା ଆଲିଶାଙ୍କୁ ମିଳିଲା ପରିଚୟ ପତ୍ର

ଗୁଜରାଟ: ଗୁଜରାଟର ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ଆଲିଶା ପଟେଲଙ୍କୁ ରାଜ୍ୟ ସରକାର ସ୍ୱୀକୃତି ପ୍ରାପ୍ତ ଟ୍ରାନ୍ସଜେଣ୍ଡର ପରିଚୟ ପତ୍ର ପ୍ରଦାନ କରିଛନ୍ତି । ଆଲିଶା କହିଛନ୍ତି ସେ ଜେଣ୍ଡର ଡିସଫୋରିଆ ରୋଗରେ ଆକ୍ରାନ୍ତ ହେବା ପରେ ପରିବର୍ତ୍ତନ ପ୍ରକ୍ରିୟା ପାଇଁ ତାଙ୍କୁ ୩ ବର୍ଷ ଲାଗିଥିଲା । ଏଥିପାଇଁ ସେ ୮ ଲକ୍ଷ ଟଙ୍କା ଖର୍ଚ୍ଚ ବି କରିଥିଲେ । ଏବେ ସେ ସରକାରଙ୍କ ପକ୍ଷରୁ ଟ୍ରାନ୍ସଜେଣ୍ଡର ପରିଚୟ ପତ୍ର ପାଇବା ପରେ ଖୁବ୍ ଖୁସି ଅଛନ୍ତି ।

ଏହା ମଧ୍ୟ ଆଲିଶା କହିଛନ୍ତି ଏବେ ସେ ଜଣେ ମହିଳା ଭାବେ ଖୁସିରେ ବଞ୍ଚି ପାରିବେ । ସୂଚନାଯୋଗ୍ୟ, ଏମାନଙ୍କୁ ତୃତୀୟ ଲିଙ୍ଗ ବା ଟ୍ରାନ୍ସଜେଣ୍ଡର ମାନ୍ୟତା ମିଳିଥିଲେ ବି ଆଜି ମଧ୍ୟ ଅନେକ ସ୍ଥାନରେ ଏମାନଙ୍କୁ ସାଧାରଣ ଜନତା ଗ୍ରହଣ କରିପାରୁ ନାହାନ୍ତି । ଏମିତିକି ଏମାନଙ୍କ ପରିବାର ମଧ୍ୟ ଜଣେ ଟ୍ରାନ୍ସଜେଣ୍ଡରକୁ ଘରେ ରଖିବାକୁ ରାଜି ହେଉ ନ ଥିବା ଦେଖାଯାଇଛି । ଫଳରେ ଏମାନେ ବଞ୍ଚିବାକୁ ଯେମିତି ସଂଘର୍ଷ କରି ଚାଲିଛନ୍ତି । ହେଲେ ବର୍ତ୍ତମାନ ସମୟ ପରିବର୍ତ୍ତନ ହେବା ସହ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଫଳରେ ଆଜି ବହୁ ଟ୍ରାନ୍ସଜେଣ୍ଡର ଉଚ୍ଚ ଶିକ୍ଷିତ ହେବା ସହ ଭଲ ପଦପଦବିରେ ରହିଥିବା ଦେଖା ଗଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.