ବାଲେଶ୍ୱର(କେନ୍ଯୁଜ୍): ବାଲେଶ୍ୱର ସିମୁଳିଆ ଏନକାଉଣ୍ଟର ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ୍। ହାଇଦରକୁ ଏନକାଉଣ୍ଟର କରାଯାଇଥିବା ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ କରାଯାଇଛି।
ସିମୁଳିଆ ୧୬ ନମ୍ବର ଜାତୀୟ ରାଜପଥ ଠାରୁ ପାଞ୍ଚ ଶହ ମିଟର ଦୂରରୁ ୨ଟି ଖୋକା ଜବତ କରିଛି ସାଇଣ୍ଟିଫିକ୍ ଟିମ୍। ବାଲେଶ୍ୱର SDPO ଓ ଅତିରିକ୍ତ ଡିସିପି ପ୍ରମୋଦ ରଥ ମଧ୍ୟ ଉପସ୍ଥିତ ଅଛନ୍ତି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଚାନ୍ଭିନ୍ ଚଳାଇଛି ପୋଲିସ।