ବରମୁଣ୍ଡାରେ ନିର୍ମାଣାଧିନ ଇଣ୍ଟରଷ୍ଟେଟ୍‌ ବସ୍‌ ଟର୍ମିନାଲ ISBTର ତଦାରଖ କଲେ 5T ସଚିବ ଭି.କେ ପାଣ୍ଡିଆନ୍‌

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍‌। ବରମୁଣ୍ଡାରେ ନିର୍ମାଣାଧିନ ଇଣ୍ଟରଷ୍ଟେଟ୍‌ ବସ୍‌ ଟର୍ମିନାଲ ISBTର ତଦାରଖ କରିଥିଲେ। ଏହାସହ ସିଆରିପି ଛକରୁ ଇନ୍‌ଷ୍ଟିଚ୍ୟୁଟ ଅଫ ମାଥମ୍ୟାଟ୍‌କିସ୍‌କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାମ, ଚନ୍ଦ୍ରଶେଖରପୁରରେ ଆଫୋର୍ଡେବଲ ହାଉସିଂ ସ୍କିମରେ ଚାଲିଥିବା କାମ ଓ ଇନଫୋସିଟି ଅଞ୍ଚଳରେ ଚାଲିଥିବା ଇନ୍‌କ୍ୟୁବେସନ ଟାୱାରର ନିର୍ମାଣ କାମର ତଦାରଖ କରିଛନ୍ତି। କାର୍ଯ୍ୟ ତଦାରଖ ସମୟରେ 5T ସଚିବଙ୍କ ସହ BMC କମିଶନର ସଞ୍ଜୟ ସିଂହ, ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ।

pandian3

ବରମୁଣ୍ଡାରେ ୧୫.୫ ଏକର ପରିମିତ ଜାଗାରେ ବିଡିଏ ଦ୍ୱାରା ISBT ନିର୍ମାଣ କରାଯାଉଛି। ଖର୍ଚ୍ଚ ଅଟକଳ ରହିଛି ୧୮୦ କୋଟି ଟଙ୍କା। ଜୁନ୍‌ ୨୦୨୨ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଉଛି। ଏହି ପ୍ରକଳ୍ପ ଅଧିନରେ ଖଣ୍ଡଗିରିରେ ବସ୍‌ ଡିପୋ ନିର୍ମାଣ କରାଯାଉଛି। ଏଥିରେ ୩ଶହ ବସ୍‌ ପାର୍କିଂ ହୋଇ ପାରିବ।  ଜୟଦେବ ବିହାର-ପଟିଆ ରୋଡ୍‌ରେ ଟ୍ରାଫିକ୍‌ ଲୋଡ୍‌ କମାଇବାକୁ PWD ଏକ ଲେଫ୍ଟ ପାରାଲାଲ୍‌ ରୋଡ୍‌ ନିର୍ମାଣ କରୁଛି।

ଏହି ରାସ୍ତା ସିଆରପିଏଫ ଛକରୁ ଇନ୍‌ଷ୍ଟିଚ୍ୟୁଟ ଅଫ ମ୍ୟାଥମେଟିକ୍‌ସକୁ ସଂଯୋଗ କରିବ। ୧୩. ୬ କିଲୋମିଟର ଲମ୍ବା ରାସ୍ତା ପାଇଁ ଖର୍ଚ୍ଚ ହେବ ୯୨ କୋଟି ଟଙ୍କା। ବର୍ତ୍ତମାନ ଜାଭିଅର ଛକରୁ ଇନ୍‌ଫୋସିଟି ଛକ ପର୍ଯ୍ୟନ୍ତ ୫.୧୭ କିଲୋମିଟର ରାସ୍ତାକୁ ଛଅ ଲେନ୍‌ କରାଯାଉଛି। ଏହି କାମ ଫେବ୍ରୁଆରୀ ୨୦୨୨ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଜମିକୁ ନେଇ ଥିବା ସମସ୍ୟା ଶୀଘ୍ର ଦୂର କରି କାମ ଆଗୁଆ ସାରିବାକୁ କହିଛନ୍ତି ଫାଇଭ-ଟି ସଚିବ।

ଚନ୍ଦ୍ରଶେଖରପୁରରେ ପିପିପି ମୋଡ୍‌ରେ ବିଡିଏ ସୁଲଭ ଘର ସ୍କିମ୍‌ କାମ ଜାରି ରହିଛି। ୨୦.୨୧ ଏକର ଜାଗାରେ ୨୬୦୦ ଘରର ନିର୍ମାଣ କରାଯାଉଛି। ଏହି କଲୋନିରେ ସ୍କୁଲ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଖେଳିବା ପାଇଁ ସ୍ଥାନ ଓ ସପିଂ ଏରିଆ ରହିବ। ଦୁଇଟି ପର୍ଯ୍ୟାୟରେ ଏହି ପ୍ରକଳ୍ପ କାମ ସେପ୍ଟେମ୍ବର ୨୦୨୨ ସୁଦ୍ଧା ସରିବ। ଫାଇଭ ଟି ସଚିବ ପରାମର୍ଶ ଦେଇଛନ୍ତି, ହିତାଧିକାରୀଙ୍କୁ ଶୀଘ୍ର ଘର ଆବଣ୍ଟନ କରାଯାଉ। ଫଳରେ ହିତାଧିକାରୀ ନିର୍ମାଣକାମର ଅଗ୍ରଗତି ଓ କାମର ମାନ ନିଜେ ଦେଖି ପାରିବେ।

ସେହିପରି ଇନ୍‌ଫୋସିଟି ପାଖରେ ଇଡ୍‌କୋ ଦ୍ୱାରା ଇନ୍‌କ୍ୟୁବେସନ ଟାୱାର ନିର୍ମାଣ କରାଯାଉଛି। ଖର୍ଚ୍ଚ ଅଟକଳ ରହିଛି ୨୨୧ କୋଟି ଟଙ୍କା। ଚଳିତ ବର୍ଷ ୩୧ ଡିସେମ୍ବର ସୁଦ୍ଧା କାମ ସରିବ  ବୋଲି ଲକ୍ଷ୍ୟ ରଖାଯାଇଛି।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.