ଆଜି ହିଁ ଘରେ ବନାନ୍ତୁ ‘ଲେମନ୍ ଫିସ୍ ତାଓ୍ୱା ଫ୍ରାଏ’

କେନ୍ଯୁଜ୍: ମାଛ ପ୍ରାୟ ସମସ୍ତଙ୍କ ପସନ୍ଦ। ମାଛରେ ପ୍ରସ୍ତୁତ ଅନେକ ଖାଦ୍ଯ ଆପଣ ଖାଇଥିବେ। ମାଛ ବେସରଠାରୁ ଆରମ୍ଭ କରି ମାଛ ମସଲା, ମାଛ ଝୋଳ ଇତ୍ଯାଦି । ତେବେ ଆଜି ଆସନ୍ତୁ ମାଛରେ ପ୍ରସ୍ତୁତ ଏକ ଭିନ୍ନ ରେସିପି ବିଷୟରେ ଆମେ ଆପଣଙ୍କୁ ଜଣାଇବୁ । ରେସିପିଟିର ନା ହେଉଛି ‘ଲେମନ୍ ଫିସ୍ ତାଓ୍ୱା ଫ୍ରାଏ’।

‘ଲେମନ୍ ଫିସ୍ ତାଓ୍ୱା ଫ୍ରାଏ’ ପ୍ରସ୍ତୁତ କରିବାକୁ ଆବଶ୍ୟକ ସାମଗ୍ରୀ:

.ମାଛ

.ଲୁଣ

.ହଳଦୀଗୁଣ୍ଡ

.ସୋରିଷ

.ଶୁଖିଲା ଲଙ୍କା

.ରସୁଣ ବଟା

.ପୋଦିନା ବଟା

.ଲେମ୍ବୁରସ

.କଞ୍ଚାଲଙ୍କା

.ରିଫାଇନ୍ ତେଲ୍‌

.କଦଳୀପତ୍ର

.କଦଳୀ ପାଟୁଙ୍ଗା

‘ଲେମନ୍ ଫିସ୍ ତାଓ୍ୱା ଫ୍ରାଏ’ ପ୍ରସ୍ତୁତି କରିବା ପ୍ରଣାଳୀ: 

-ପ୍ରଥମେ ରୋହି ମାଛରେ ସ୍ୱାଦ ଅନୁସାରେ ଲୁଣ, ହଳଦୀଗୁଣ୍ଡ, ସୋରିଷ, ଶୁଖିଲା ଲଙ୍କା, ରସୁଣ ବଟା, ପୋଦିନା ବଟା, ଲେମ୍ବୁରସ ଦେଇ ଭଲବାବେ ଗୋଳାନ୍ତୁ।

-ଏହା ପରେ ଗୋଟା କଞ୍ଚାଲଙ୍କା ଓ ରିଫାଇନ୍ ତେଲ୍‌ ମାଛରେ ପକାଇ ଗୋଳାଇ ଦିଅନ୍ତୁ।

-କଦଳୀପତ୍ରରେ ତେଲ ଲଗାଇ ମସଲା ଗୋଳା ମାଛ ଓ ଗୋଟା କଞ୍ଚାଲଙ୍କାକୁ ରଖି ଭଲଭାବେ ଗୁଡ଼େଇ କଦଳୀ ପାଟୁଙ୍ଗାରେ ବାନ୍ଧିଦିଅନ୍ତୁ।

-ଏହାପରେ ତାୱାରେ ତେଲ ଗରମ କରି ମାଛ ଭର୍ତ୍ତି କଦଳୀ ପତ୍ରକୁ ଭଲକି ସେକନ୍ତୁ।

-ଏବେ ପ୍ରସ୍ତୁତ ହୋଇଗଲା ଚଟପଟା ‘ଲେମ୍ବୁ ପୋଦିନା ମାଛ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.