ବେତନଭୋଗୀଙ୍କ ପାଇଁ ଖୁସି ଖବର, ମାସର ପ୍ରଥମ ଦିନ ଛୁଟି ଥିଲେ ବି ଜମା ହେବ ଦରମା
ନୂଆଦିଲ୍ଲୀ : ଅଗଷ୍ଟ ୧ରୁ ବଦଳିବ ଦରମା, ପେନ୍ସନ ଓ ଇଏମଆଇ ସଂପର୍କିତ ନିୟମ। ଏଣିକି ଛୁଟି ଦିନରେ ବି ମିଳିବ ଦରମା। ବ୍ୟାଙ୍କ ଛୁଟି ଥିଲେ ବି ଦରମା ପାଇଁ ଆଉ ଅପେକ୍ଷା କରିବାକୁ ପଡିବନି। ସାତଦିନ ଯାଏ ୨୪ ଘଣ୍ଟା ଯେକୌଣସି ସମୟରେ ଆକାଉଣ୍ଟରେ ଆସିବ ଦରମା। ୧ ତାରିଖ ଛୁଟି ଥିଲେ ମଧ୍ୟ ସେଦିନ ଦରମା ମିଳିବ।
ସେହିପରି ପେନ୍ସନ ଓ ଇଏମଆର ରାଶି ପ୍ରଦାନରେ ମଧ୍ୟ ମିଳିବ ଅନେକ ସୁବିଧା। ଅଗଷ୍ଟ ୧ରୁ ଏହି ପରିବର୍ତ୍ତନ ନେଇ ଜୁନ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ମୁଦ୍ରା ନୀତି ସମୀକ୍ଷାରେ ଘୋଷଣା କରିଥିଲେ। ସପ୍ତାହର ସମସ୍ତ ଦିନରେ ନ୍ୟାସନାଲ ଅଟୋମେଟେଡ କ୍ଲିୟରିଂ ହାଉସ- ଏନ୍ଏସିଏଚ୍ କାର୍ଯ୍ୟ କରିବ। ପୂର୍ବରୁ କେବଳ ବ୍ୟାଙ୍କର କାର୍ଯ୍ୟଦିବସରେ ଏହି ସୁବିଧା ଉପଲବ୍ଧ ରହିଥିଲା।
ଏନ୍ଏସିଏଚ୍ ଦ୍ୱାରା ବିଭିନ୍ନ ପ୍ରକାର କ୍ରେଡିଟ ଟ୍ରାନ୍ଫସର ଯେଭଳିକି ସୁଧ, ଦରମା ଓ ପେନ୍ସନ ଆଦି ସୁବିଧା ପ୍ରଦାନ କରିଥାଏ। ଏହାସହ ବିଜୁଳି ବିଲ୍, ଗ୍ୟାସ, ଟେଲିଫୋନ, ପାଣି, ଲୋନ ଇଏମ୍ଆଇ, ମ୍ୟୁଚୁଆଲ ଫଣ୍ଡର ସୁବିଧା ମଧ୍ୟ ପ୍ରଦାନ କରିଥାଏ। ପୂର୍ବରୁ ଏହା ସୋମବାରରୁ ଶୁକ୍ରବାର ଦିନ କାର୍ଯ୍ୟକ୍ଷମ ଥିବା ବେଳେ ବର୍ତ୍ତମାନ ଏହା ସାତଦିନ କାର୍ଯ୍ୟକ୍ଷମ ହେବ।