ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଜିଓମି ପକ୍ଷରୁ ଲଞ୍ଚ ହେଲା Redmi Note 10T 5G ଫୋନ, ଫିଚର୍ସ ରହିଛି ଦମଦାର
ଗତ ସପ୍ତାହରେ ଭାରତୀୟ ବଜାରରେ ଜିଓମି ପକ୍ଷରୁ ନୂଆ ଫୋନର କରାଯାଇଛି ବଜାର ପ୍ରବେଶ। ଜିଓମିର ପ୍ରଥମ 5G ଫୋନ Redmi Note 10T 5G କରାଯାଇଛି ଲଞ୍ଚ। ଗ୍ରାହକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ଏହି ଫୋନକୁ ଲଞ୍ଚ କରାଯାଇଛି। ଅନଲାଇନ ଇ-କମର୍ସ ସାଇଡ ଅମାଜନ ଇଣ୍ଡିଆରେ ଏହି ଫୋନର ସେଲ ଦ୍ୱିପହର ୧୨ଟାରେ ଆରମ୍ଭ ହେବ।
ତେବେ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏହାର ଦାମ ଖୁବ କମ ରଖାଯାଇଛି। ଏହି ଫୋନର ଦାମ ୧୪ଜ ହଜାର ଟଙ୍କାରୁ କମ ଅଛି। ଏହାସହ ଫୋନରେ ଫିଚର୍ସ ମଧ୍ୟ ଭଲ ରହିଛି। ଏଥିରେ ମିଡିଆଟେକ ଡାୟମୋସିିଟି ଚିପସେଟ ଏବଂ ଟ୍ରିପଲ ରିୟର କ୍ୟାମେରା ସେଟଅପ ଭଳି ଫିଚର୍ସ ଦିଆଯାଇଛି।
ଫଟୋପ୍ରେମୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏଥିରେ ଟ୍ରିପଲ ରିୟର କ୍ୟାମେରା ସହ 48 ମେଗାପିକ୍ସଲର ପ୍ରାଇମେରୀ ଲେନ୍ସ, 2 ମେଗାପିକ୍ସଲର ମାକ୍ରୋ ସେଂସର ରହିଛି। କ୍ୟାମେରାରେ Pro Color Mode, Color Focus Mode ଏବଂ Night Mode ଅଛି। ସେଲଫି ପ୍ରେମୀଙ୍କ ପାଇଁ ଏଥିରେ 8 ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ରହିଛି। ଫୋନରେ IR ବ୍ଲାଷ୍ଟର ଏବଂ 3.5mm ହେଡଫୋନର ସୁବିଧା ରହିଛି। 5000mAh ବ୍ୟାଟେରୀ ସହିତ 18W ଫାଷ୍ଟ ଚାର୍ଜିଂ ସପୋର୍ଟ ସିଷ୍ଟମ ରହିଛି।