ଘଟଗାଁ (କେନ୍ଯୁଜ): ପାରିବାରିକ କହଳରେ ବଳି ପଡିଲା ଶିଶୁ । ୮ ବର୍ଷର ପିଲା ଉପରେ ଗରମ ପାଣି ଢାଳିଦେଲେ ଭିଣୋଇ । ଘଟଣାଟି ଘଟିଛି ଘଟଗାଁ ଦୈତାରୀ ଥାନା ଖସାପଡା ଗାଁରେ । କୌଣସି କାରଣରୁ ସ୍ଥାନୀୟ ରବି ମେଲସାଣ୍ଡିଙ୍କ ଘରେ ଝଗଡା ହୋଇଥିଲା ।
ଏଥିରେ ଉତ୍କ୍ଷିପ୍ତ ହୋଇ ତାଙ୍କ ୮ ବର୍ଷର ଶିଶୁ ଉପରେ ଗରମ ପାଣି ଢାଳିଦେଇଥିଲେ ଭିଣୋଇ । ଗୁରୁତର ଅବସ୍ଥାରେ ଶିଶୁଟିକୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।