ମହିଳା କନେଷ୍ଟବଳ ପ୍ରେମରେ ପଡ଼ି ଯୁବକ ହତାଶ, ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର : ପ୍ରେମ ପ୍ରତାରଣା ସହ ନପାରି ଜଣେ ଯୁବକ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ଯୁବକଙ୍କୁ ଉଦ୍ଧାର କରି ହସପିଟାଲ ରେ ଭର୍ତ୍ତି କରାଯାଇଛି । ଏପରି ଘଟଣା ଘଟିଛି ସମ୍ବଲପୁର ବଡ଼ ବଜାର ଅଞ୍ଚଳରେ ।

ସୂଚନାନୁଯାୟୀ, ସମ୍ବଲପୁର ବଡ଼ ବଜାର ଅଞ୍ଚଳର ନବୀନ ଶର୍ମା ଜଣେ ମହିଳା କନେଷ୍ଟବଳଙ୍କ ପ୍ରେମରେ ପଡ଼ିଥିଲେ । ୨୦୧୦ ମସିହାରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ପ୍ରେମିକା ମାନସିକ ନିର୍ଯାତନା ଦେଉଥିଲା ବୋଲି ଯୁବକ ଅଭିଯୋଗ କରିଛନ୍ତି ।

ଫଳରେ ଏଥିରେ ଅତିଷ୍ଠ ହୋଇ ଯୁବକ ଜଣକ ସମ୍ବଲପୁର ଟାଉନଥାନା ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି । ଯୁବକଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.