ଭୁବନେଶ୍ୱର(କେନ୍ଯୁଜ୍): ଦୀର୍ଘ ଦିନର ବ୍ୟବଧାନ ପରେ ଆନ୍ତଃରାଜ୍ୟ ବସ ସେବା ଆରମ୍ଭ । କଟକ ଓ ଭୁବନେଶ୍ୱରରୁ ରାଜ୍ୟ ବାହାରକୁ ବସ ଚଳାଚଳ କରିଛି । କଟକରୁ କଲିକତା, ଦୁର୍ଗାପୁର, ଟାଟାକୁ ଆରମ୍ଭ ହୋଇଛି ବସ ସେବା । ପୂନଃ ବସ ଚଳାଚଳକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଯାତ୍ରୀ । ପ୍ରଥମ ଦିନରେ ଯାତ୍ରୀଙ୍କ ସଂଖ୍ୟା କମ ଥିଲେ ମଧ୍ୟ ଆଗକୁ ଏହା ବଢ଼ିବ ବୋଲି ଆଶା ରହିଛି ।
କୋଭିଡ ନିୟମ ଅନୁସାରେ ବସ ସେବା ଆରମ୍ଭ ହୋଇଛି । ବସର ସିଟ୍ ଅନୁସାରେ ଲୋକ ବସିକି ଯାଉଥିବା ଦେଖିବାକୁ ମିଳିଛି । ନୋ ମାସ୍କ ନୋ ଏଣ୍ଟ୍ରିକୁ ଗୁରୁତ୍ୱ ଦେଇଛନ୍ତି ବସ ଆସୋସିଏସନର ସମ୍ପାଦକ ଦେବେନ୍ଦ୍ର ସାହୁ । ସେପଟେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି ବସ ମାଲିକ ସଂଘ ।