୪୯ ବର୍ଷ ପରେ ସେମିଫାଇନାଲ ଖେଳୁଛି ଭାରତୀୟ ପୁରୁଷ ହକି ଟିମ୍, ବିଶ୍ୱ ଚାମ୍ପିଅନ୍ ବେଲଜିୟମ୍ ସହ ମୁହାଁମୁହିଁ
ଟୋକିଓ: ଆଜି ଅଲିମ୍ପିକ୍ସରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ଭାରତ-ବେଲଜିୟମ ମଧ୍ୟରେ ଚାଲିଛି ସେମିଫାଇନାଲ । ୪୯ ବର୍ଷ ପରେ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଭାରତ । ଏହାକୁ ଦେଖିବାକୁ ଭାରତୀୟ ସମର୍ଥକମାନେ ଅପେକ୍ଷା କରି ବସିଥିଲେ । ବିଶ୍ୱ ଚାମ୍ପିଅନ୍ ବେଲଜିୟମ୍ ସହ ଖେଳୁଛି ଟିମ୍ ଇଣ୍ଡିଆ ।
ସେମିଫାଇନାଲ ଜିତି ଫାଇନାଲ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ୪୧ ବର୍ଷ ପରେ ପୁରୁଷ ହକି ଟିମ୍ ପାଖରେ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କରିବାକୁ ସୁଯୋଗ ଆସିଛି । ୧ ତାରିଖରେ ପୁରୁଷ ଟିମ୍ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରଟେନକୁ ୩-୧ରେ ପରାସ୍ତ କରିଥିଲା ।