ରାଜ କୁନ୍ଦ୍ରାଙ୍କ ଗିରଫ ପରେ ପ୍ରଥମ ଥର ପାଇଁ ଫେସବୁକରେ ଲାଇଭ ଆସିବେ ଶିଳ୍ପା ସେଟ୍ଟୀ

ରାଜ କୁନ୍ଦ୍ରାଙ୍କ ଗିରଫ ପରେ ପ୍ରଥମ ଥର ପାଇଁ ପବ୍ଲିକ ସାମ୍ନାକୁ ଆସିବେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଶିଳ୍ପା ‘ ୱି ଫର ଇଣ୍ଡିଆ’ ଜରିଆରେ ୧୫ ଅଗଷ୍ଟରେ ଫେସବୁକ ଲାଇଭ କରିବେ। ଗିଭ୍ ଇଣ୍ଡିଆ ଅଭିଯାନ ଜରିଆରେ ଶିଳ୍ପା ଏଥିରେ ସାମିଲ ହେବେ।

ଶିଳ୍ପାଙ୍କ ବ୍ଯତୀତ ଏହି ଅଭିଯାନରେ ଅର୍ଜୁନ କପୁର, ବିଦ୍ଯା ବାଲାନ, ଦୀୟା ମିର୍ଜା, ଏଡ ସିରନ, କରନ ଜୋହର, ପରିଣୀତି ଚୋପ୍ରା, ସୈଫ ଅଲ୍ଲୀ ଖାନ, ସାରା ଅଲ୍ଲୀ ଖାନ ଏବଂ ଷ୍ଟିୱନ ସ୍ପିଲବର୍ଗ, ଏ ଆର ରେହମାନ ପ୍ରମୁଖ ସାମିଲ ରହିବେ।

ଏହି ସମସ୍ତ ସେଲିବ୍ରିଟ ସ୍ବାଧୀନତା ଦିବସ ଅର୍ଥାଥ ଅଗଷ୍ଟ ୧୫ ତାରିଖରେ ‘ଗିଭ୍ ଇଣ୍ଡିଆ’ କୋଭିଡ ୧୯ ମିଶନ ପାଇଁ ୨୫ କୋଟିରୁ ଅଧିକ ଧନରାଶି ଯୋଗାଡ କରିବା ପାଇଁ ଏକଜୁଟ ହେବେ। ଅଭିଯାନ ଦ୍ବାରା ଏକଜୁଟ ହୋଇଥିବା ଅର୍ଥକୁ କରୋନା ଯୋଗୁଁ ହଇରାଣ ହେଉଥିବା ଲୋକଙ୍କ ମଧ୍ୟରେ ଆବଶ୍ଯକ ଔଷଧ, ଅକ୍ସିଜେନ, ଆଇସିୟୁ ୟୁନିଟ୍ ଯୋଗାଇବା ପାଇଁ ସହାୟତା କରାଯିବ। ଏହାଛଡା ଏହି ଫଣ୍ଡ ଟୀକାକରଣ କେନ୍ଦ୍ରରେ ଥିବା ଷ୍ଟାଫଙ୍କୁ ମଧ୍ୟ ସହାୟତା ଯୋଗାଇବ।

ସୂଚନାଯୋଗ୍ଯ, ରାଜ କୁନ୍ଦ୍ରାଙ୍କ ଉପରେ ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଏବଂ ପ୍ରସାରିତ କରିବାର ଅଭିଯୋଗ ହେବା ପରେ ଗିରଫ ହୋଇଥିଲେ। ପୋଲିସ ପାଖରେ ରାଜଙ୍କ ବିରୋଧରେ ପ୍ରମାଣ ମଧ୍ୟ ରହିଥିଲା। ରାଜଙ୍କ ଗିରଫଦାରୀ ପରେ ଶିଳ୍ପା ସୋସିଆଲ ମିଡିଆ ଏବଂ ଅନ୍ଯ ସବୁ ସୋସିଆଲ ମିଡିଆରୁ ଦୂରେଇ ରହିଥିଲେ। ଏହି କେସ୍ ପରେ ପ୍ରଥମ ଥର ପାଇଁ ଶିଳ୍ପା ପବ୍ଲିକ ସାମ୍ନାକୁ ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.