ପରୀକ୍ଷାରେ ନୂଆ ନିୟମ ଲାଗୁ କରିବ ବୋର୍ଡ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଦେବେ ଏଭଳି ପରୀକ୍ଷା

ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷାରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ । କରୋନାକୁ ଧ୍ୟାନରେ ରଖି ଚଳିତ ଶିକ୍ଷା ବର୍ଷ ବୋର୍ଡ ସ୍କିମ ଅଫ ଏକ୍ସେସମେଣ୍ଟ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ତେବେ କେବଳ ଦଶମ ନୁହେଁ ବରଂ ନବମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ନୂଆ ନିୟମ ଲାଗୁ ହେବ। ଏଥର ମୋଟ ୬ଟି ପରୀକ୍ଷା ଦେବେ ନବମ ଓ ଦଶମ ଛାତ୍ରଛାତ୍ରୀ। ଇଣ୍ଟରନାଲ ଆସେସମେଣ୍ଟ ୨୦% , ପ୍ରଥମ ଟର୍ମ ପରୀକ୍ଷା ୩୦% ଓ ୨ୟ ଟର୍ମ ଫାଇନାଲ ପରୀକ୍ଷାରେ ୫୦% ମାର୍କ ରଖାଯିବ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି।

ଯଦି କୌଣସି ପରିସ୍ଥିତିରେ ପରୀକ୍ଷା ବନ୍ଦ ହୁଏ ତେବେ ଛାତ୍ରଛାତ୍ରୀଙ୍କୁ ପୂର୍ବ ପରୀକ୍ଷା ଆଧାରରେ ମାର୍କ ଦିଆଯିବ। ତେବେ ପର୍ଯ୍ୟାୟ କ୍ରମେ ପରୀକ୍ଷା କରାଗଲେ ଛାତ୍ରଛାତ୍ରୀ ପାଠ ସହ ସଂସ୍ପର୍ଶରେ ରହିବେ ବୋଲି କୁହାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.