ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମାଲକାନଗିରି, ଜିଲ୍ଲାର ବିକାଶ ଥିଲା ରାଜ୍ୟ ସରକାରଙ୍କ ପାଇଁ ସବୁଠୁ ବଡ ଆହ୍ଵାନ୍‌

ମାଲକାନଗିରି (କେନ୍ଯୁଜ୍): ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମାଲକାନଗିରି । ମାଓପ୍ରବଣ ଜିଲ୍ଲା ହୋଇଥିବାବେଳେ ଏହାର ବିକାଶ ଥିଲା ରାଜ୍ୟ ସରକାରଙ୍କ ପାଇଁ ସବୁଠୁ ବଡ ଆହ୍ଵାନ୍‌। ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ସ୍ୱତନ୍ତ୍ର ଦୃଷ୍ଟି। ବିଶେଷକରି ଚିତ୍ରକୋଣ୍ଡା ଅଞ୍ଚଳର ବିଛିନ୍ନାଞ୍ଚଳ ଭାବେ ଥିବା ୧୫୧ ଖଣ୍ଡ ଗାଁର ବିକାଶ ପାଇଁ ସ୍ୱପ୍ନ ଦେଖିଥିଲେ।

୨୦୧୮ ଜୁଲାଇ ୨୬ରେ ଉଦ୍‌ଘାଟନ ହୋଇଥିଲା ଡ୍ରିମ୍‌ ପ୍ରୋଜେକ୍ଟ ଗୁରୁପ୍ରିୟା ସେତୁ। ଏହା ସହ ବିଛିନ୍ନାଞ୍ଚଳ ପାଲଟିଥିଲା ସ୍ୱାଭିମାନ୍‌ ଅଞ୍ଚଳ। ଗୁରୁପ୍ରିୟା ସେତୁର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ୧୦୦ କୋଟିର ପ୍ରୋଜେକ୍ଟ। ମାଓବାଦୀଙ୍କ ପତିଆରା କମାଇବା ପାଇଁ ଥାନା ପ୍ରତିଷ୍ଠା ସହ BSF କ୍ୟାମ୍ପ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା।

ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇ ନିର୍ମାଣ ହୋଇଛି ୭ ମହଲା ବିଶିଷ୍ଟ ଚିକିତ୍ସାଳୟ। ଅପପୃଷ୍ଟି ଦୂର କରିବା ପାଇଁ ଟଙ୍କିକିଆ ଚାଉଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ। କୋଭିଡ୍‌ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ମାଲକାନଗିରି ଗସ୍ତ କରୁଥିବାରୁ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.