ଭାଇରାଲ୍ ହେଉଛି କାବୁଲ ଏୟାର ପୋର୍ଟରେ ଏହି ହୃଦୟସ୍ପର୍ଶୀ ଦୃଶ୍ୟ, ନିଜ ଛୁଆକୁ ବଞ୍ଚାଇବାକୁ କେମିତି ନେହୁରା ହେଉଛନ୍ତି ବାପା ମା’

କାବୁଲ: କାବୁଲ ଏୟାର ପୋର୍ଟରେ ଭୟାନକ ଦୃଶ୍ୟ । ତାଲିବାନୀ ଭୟରେ ଦେଶ ଛାଡୁଛନ୍ତି ହଜାର ହଜାର ଲୋକ । ଏସବୁ ଭିତରେ ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଦୃଶ୍ୟ । ନିଜ ଛୁଆର ଜୀବନ ବଞ୍ଚାଇବାକୁ ବାପା ମା’ ସେନା ଆଗରେ ନେହୁରା ହେଉଛନ୍ତି । ଏୟାରପୋର୍ଟ ପାଚେରୀର ଗୋଟିଏ ପଟେ ନିଜ ପରିବାର ସହ ହଜାର ହଜାର ଲୋକ ରହିଥିବା ବେଳେ ଅନ୍ୟପଟେ ଆମେରିକା ସେନାର ଯବାନ ଅଛନ୍ତି । ଛୁଆର ଜୀବନ ବଞ୍ଚାଇବାକୁ ମା’ବାପା କେମିତି ଛୁଆଙ୍କୁ ସେନା ଯବାନ ହାତକୁ ଟେକୁଛନ୍ତି । ତା’ର ଦୃଶ୍ୟ ସାରା ବିଶ୍ୱ ସାମ୍ନାକୁ ଆସିଛି ।

ଆମେ ପଛେ ମରିବୁ , ଆମ ଛୁଆର ଜୀବନ ବଞ୍ଚାଇ ବୋଲି କାକୁତି ମୀନତି ହେଉଛନ୍ତି ବାପା-ମା’ । ଆମ ଛୁଆକୁ ଯେ କୌଣସି ବିମାନରେ ସୁରକ୍ଷିତ ସ୍ଥାନକୁ ପଠାଅ ବୋଲି ଅନୁରୋଧ କରୁଛନ୍ତି । କିଛି ଯବାନ ଛୋଟ ପିଲାଙ୍କୁ ଏୟାରପୋର୍ଟ ଭିତରକୁ ପାଚେରୀ ଓ ତାର ବାଡ଼ ପଟେ ନେଉଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.