ତାଲିବାନ କବଜାରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ, ନିଜ ନିୟନ୍ତ୍ରଣକୁ ନେଲା ବିଭିନ୍ନ ଷ୍ଟାଡିୟମ

ଆଫଗାନିସ୍ତାନ: ତାଲିବାନ କବଜାରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ । ଗତକାଲି କାବୁଲରେ ଥିବା ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଫିସ ଭିତରେ ତାଲିବାନ ଯୋଦ୍ଧା ବନ୍ଧୁକ ଧରି ପ୍ରବେଶ କରିଛି । ପୂର୍ବତନ ଆଫଗାନିସ୍ତାନ କ୍ରିକେଟର ଅବଦୁଲ୍ଲା ଅବଦୁଲ୍ଲା ମଜାରି ଓ ତାଲିବାନ ଯୋଦ୍ଧା ଏକାଠି ଯାଇ କ୍ରିକେଟ ବୋର୍ଡ ଅଫିସ ଭିତରେ ପ୍ରବେଶ କରିଥିବା ସୂଚନା ମିିଳିଛି ।

ତେବେ ଦେଶରେ ଯେଉଁ ପରିସ୍ଥିତି ଉପୁଜିଛି ସେଥିରେ କ୍ରିକେଟ ପ୍ରଭାବିତ ହେବ ନାହିଁ ବୋଲି ଆଫଗାନିସ୍ତାନ କ୍ରିକେଟ ବୋର୍ଡର ପ୍ରମୁଖ ଅଧିକାରୀ କହିଛନ୍ତି । ଆଫଗାନ କ୍ରିକେଟ ଟିମ୍‌ ଟି-୨୦ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଦେଶରେ ଥିବା ବିଭିନ୍ନ କ୍ରିକେଟ ଷ୍ଟାଡିୟମକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେଇଛି ।

ଆଫଗାନିସ୍ତାନ କ୍ରିକେଟର ଓ ତାଙ୍କ ପରିବାର ସୁରକ୍ଷିତ ରହିଛି । ଏପଟେ ଘରୋଇ ଟି-୨୦ ସିରିଜର ତାରିଖ ଘୋଷଣା କରିଛି ଆଫଗାନିସ୍ତାନ କ୍ରିକେଟ ବୋର୍ଡ । ସେପ୍ଟେମ୍ବର ୧୦ରୁ ୨୫ ମଧ୍ୟରେ କାବୁଲ କ୍ରିକେଟ ଷ୍ଟାଡିୟମରେ କ୍ରିକେଟ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.