ସମ୍ଭାବ୍ୟ ମରୁଡ଼ି ମୁକାବିଲା ନେଇ ପ୍ରସ୍ତୁତ ରାଜ୍ୟ ସରକାର, ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଆକ୍ସନ ପ୍ଲାନ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ୧୫ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ଯେଉଁଠି ବର୍ଷା କମ୍‌ ହୋଇଛି ସେଠି ଉଠାଜଳସେଚନ ପଏଣ୍ଟ ସକ୍ରିୟ କରାଯିବ। ପ୍ରତି ପାଣି ପଞ୍ଚାୟତରେ ଜଳସେଚନକୁ ନେଇ ଆକ୍ସନ ପ୍ଲାନ୍‌ କରାଯିବ। ଅନ୍ୟ ଜଳସେଚନ ବ୍ୟବସ୍ଥାକୁ ଆହୁରି ସକ୍ରିୟ କରାଯିବ। ଆବଶ୍ୟକ ସ୍ଥଳେ କୃଷି ଶ୍ରମିକଙ୍କୁ ମନରେଗା କିମ୍ବା ଅନ୍ୟ ସ୍କିମରେ କାମ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି କୃଷି ସଚିବ ଏସ୍‌.କେ ବଶିଷ୍ଟ।

agriculture meetingh

ରାଜ୍ୟରେ କମ ବୃଷ୍ଟିପାତ ଜନିତ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଉଚ୍ଚସ୍ତରୀୟ ବୈଠକରେ କମ୍‌ ବୃଷ୍ଟିପାତ ନେଇ ଆଲୋଚନା ହୋଇଛି। ଅଗଷ୍ଟ ମାସରେ ରାଜ୍ୟରେ ଗତବର୍ଷ ତୁଳନାରେ ୫୦ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି। ଚଳିତବର୍ଷ ବର୍ଷା ଋତୁରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୮. ୮ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି। ଏଥିରେ SRCଙ୍କ ସମେତ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଭିଡିଓ କନ୍‌ଫରେନ୍‌ସିଂରେ ସବୁ ଜିଲ୍ଲାର ଜିଲ୍ଲାପାଳ, କୃଷି ଅଧିକାରୀ, ଜଳସଂପଦ ଅଧିକାରୀ ଓ ବିଦ୍ୟୁତ ବିତରକ ସଂସ୍ଥା ଆଲୋଚନାରେ ସାମିଲ ହୋଇଥିଲେ।

Leave A Reply

Your email address will not be published.