ଜଳେଶ୍ବର(କେନ୍ଯୁଜ୍): ଜଳେଶ୍ବରରୁ ପୁଣି ବ୍ରାଉନସୁଗାର ଜବତ କରିଛି ପୋଲିସ୍। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ବସ୍ତିରେ ଗତକାଲି ରାତିରେ ପୋଲିସ ଟିମ୍ ଚଢ଼ାଉ କରି ୬୦୦ ଗ୍ରାମ ରୁ ଉର୍ଧ୍ବ ବ୍ରାଉନସୁଗାର ଜବତ କରିବା ସହିତ ଜଣେ ମହିଳା ବେପାରୀଙ୍କୁ ଅଟକ ରଖିଛି। ଅଟକ ମହିଳା ଜଣକ ହେଉଛନ୍ତି ରାଜପୁର ବସ୍ତିର ଜୟୀଗୁନ ବିବି ।
ଜଳେଶ୍ୱର ପୋଲିସ କୌଣସି ସୂତ୍ରରୁ ଖବର ପାଇ ରାଜପୁର ବସ୍ତିରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହିତ ପ୍ଯାକିଙ୍ଗ ପାଇଁ ବ୍ଯବହୃତ ହେଉଥିବା ରଙ୍ଗୀନ କାଗଜ ଜବତ କରିଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଚଢ଼ାଉ ବେଳେ ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର ,ଜଳେଶ୍ୱର ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କ ସହିତ ୨୦ଜଣିଆ ଟିମ ଉପସ୍ଥିତ ଥିଲେ। ମହିଳାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଜଳେଶ୍ୱର ପୋଲିସ୍ ।