କରୋନାର ସମ୍ଭାବିତ ତୃତୀୟ ଲହରକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ (କେନ୍ୟୁଜ): କରୋନାର ସମ୍ଭାବିତ ତୃତୀୟ ଲହର ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଅପରାହ୍ନ ୩ଟା ୩୦ରେ ବୈଠକ ବସିବ। ଅକ୍ଟୋବରରେ ପିକ୍‌ ହେବ ଥାର୍ଡ େଓ୍ଵଭ। ଥାର୍ଡ ଓ୍ଵଭକୁ ନେଇ ସତର୍କ କରାଇଛି ଗୃହମନ୍ତ୍ରଣାଳୟ। ଥାର୍ଡ େଓ୍ଵଭରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । NIDM ଅନ୍ତର୍ଗତ ଏକ କମିଟି ପକ୍ଷରୁ ଏପରି ସତର୍କବାଣୀ ଜାରି କରାଯାଇଛି। ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବେ। ତେଣୁ କେନ୍ଦ୍ର ସରକାରଙ୍କୁ ଏନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ଶିଶୁମାନଙ୍କ ପାଇଁ ଅଧିକ ସଂଖ୍ୟାରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆମ୍ବୁଲାନ୍ସ, ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏହା ସହ ବର୍ତ୍ତମାନର କରୋନା ସ୍ଥିତି ନେଇ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ। ତୃତୀୟ ଲହର ପୂର୍ବରୁ କେତେ ପ୍ରସ୍ତୁତ ଅଛନ୍ତି ସରକାର, ଏନେଇ ଆଜିର ବୈଠକରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.