ରଦ୍ଦ ହେଲା ମାଲକାନିଗିରି ଜିଲ୍ଲାର ବିବାଦୀୟ ଲଘୁ ଖଣିଜ ଟେଣ୍ଡର, ୪୮ଟି ଖଣି ନିଲାମ ପ୍ରକ୍ରିୟାକୁ ବାତିଲ୍

ମାଲକାନିଗିରି(କେନ୍ଯୁଜ୍): ରଦ୍ଦ ହେଲା ମାଲକାନିଗିରି ଜିଲ୍ଲାର ବିବାଦୀୟ ଲଘୁ ଖଣିଜ ଟେଣ୍ଡର। ୭ଟି ତହସିଲର ସମସ୍ତ ୪୮ଟି ଖଣି ନିଲାମ ପ୍ରକ୍ରିୟାକୁ ବାତିଲ କରିଛନ୍ତି ଜିଲ୍ଲାପାଳ ବିଶାଳ ସିଂ। ଗତ ଜୁନ୍‌ ୨୨ ତାରିଖରେ ମାଲାକନିଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ୟେଦୁଲା ବିଜୟଙ୍କ ନାଁରେ ଟେଣ୍ଡର ଫିକ୍ସିଂ ନେଇ ଅଭିଯୋଗ ହୋଇଥିଲା।

ତତତ୍କାଳୀନ ଜିଲ୍ଲାପାଳ ଟେଣ୍ଡର ବକ୍ସ ନିଜ ଘରକୁ ନେଇ କାଗଜପତ୍ର ହେରଫେର କରିଥିବା ଅଭିଯୋଗ ହୋଇଥିଲା। ନୂତନ ଭାବେ ଦାୟିତ୍ୱ ନେଇଥିବା ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଏହି ଘଟଣାକୁ ଗୁରୁତ୍ୱ ସହ ନେଇ ତଦନ୍ତ କରିବା ପରେ ହେରଫେର ହୋଇଥିବା ଜଣାପଡିଥିଲା। ଏହାପରେ ଟେଣ୍ଡର ପ୍ରକ୍ରିୟାକୁ ରଦ୍ଦ କରାଯାଇଛି। ସାନି ଟେଣ୍ଡର ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବା ନେଇ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.