ସପ୍ତାହରେ ଥରେ ନିଶ୍ଚୟ ଲଗାନ୍ତୁ ପନିର ଫେସ୍ ପ୍ୟାକ, ଏଠାରେ ଜାଣନ୍ତୁ ବନାଇବାର ବିଧି ଏବଂ ଫାଇଦା
ପନିର ଯେତିକି ସ୍ୱାଦିଷ୍ଟ, ସେତିକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଆମ ଦେଶରେ ପନିରରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ, ଯାହାକୁ ଖାଇବାକୁ ଲୋକେ ବେଶ୍ ପସନ୍ଦ କରିଥାଆନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପନିରକୁ ଏକ ସୌନ୍ଦର୍ଯ୍ୟ ପ୍ରସାଧନ ରୂପେ ମଧ୍ୟ ବ୍ୟବହାର କରାଯାଇ ପାରିବ? କହି ରଖୁଛୁ, ପନିରର ଫେସ୍ ପ୍ୟାକ୍ ଚେହେରାରେ ଲଗାଇବା ବହୁତ ଭଲ ହୋଇଥାଏ। ଏହାକୁ ଲଗାଇବା ପରେ ଚେହେରାରେ ଚମକ ଆସିଥାଏ। ଆଜି ଆମେ ଆପଣଙ୍କୁ ଏହି ଫେସ୍ ପ୍ୟାକ ଲଗାଇବାର ବିଧି ବିଷୟରେ କହିବୁ।
ଫେସ୍ ପ୍ୟାକ ବନାଇବା ପାଇଁ ସାମଗ୍ରୀ
ପନିର-୧/୨ ଖଣ୍ଡ
ଲେମ୍ବୁ-୧ ଚାମଚ ରସ
ମହୁ-୧ ଚାମଚ
ଭିଟାମିନ-ଇ କ୍ୟାପସୁଲ ୨ଟି
ବିଧି
ପ୍ରଥମେ ପନିର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ଲେମ୍ବୁ ରସ, ମହୁ ଏବଂ ଭିଟାମିନ-ଇ କ୍ୟାପସୁଲର ତେଲ ମିଶାନ୍ତୁ। ଏ ସବୁକୁ ଭଲ ଭାବେ ମିକ୍ସ କରି ନିଅନ୍ତୁ। ଏବେ ପନିର ଫେସ୍ ପ୍ୟାକ ପ୍ରସ୍ତୁତ ହୋଇଗଲା।
ଏହାକୁ ଲଗାଇବା ପୂର୍ବରୁ ଚେହେରା ଓ ବେକକୁ ଭଲ ଭାବେ ଧୋଇ ନିଅନ୍ତୁ। ଫେସ୍ ପ୍ୟାକକୁ ଲଗାଇ ୧୫ ମିନିଟ୍ ଯାଏ ରହିବାକୁ ଦିଅନ୍ତୁ। ୧୫ ମିନିଟ୍ ପରେ ଏହାକୁ ଧୋଇ ନିଅନ୍ତୁ। ଏହି ଫେସ୍ ପ୍ୟାକକୁ ଆପଣ ସପ୍ତାହରେ ଥରେ ନିଶ୍ଚୟ ଟ୍ରାଏ କରନ୍ତୁ।
ପନିର ଫେସ୍ ପ୍ୟାକ ଲଗାଇବାର ଫାଇଦା
-ସ୍କିନକୁ ପୋଷଣ ମିଳିଥାଏ।
-ଏହାଦ୍ୱାରା ସ୍କିନ ମୁଲାୟମ ହୋଇଥାଏ।
-ଚେହେରାରେ ଚମକ ଆସିଥାଏ।
-ପନିର ଆମ ସ୍କିନ୍ ପାଇଁ ପ୍ରାକୃତିକ ଟୋନର, କ୍ଲିଞ୍ଜର ଏବଂ ମଇଶ୍ଚରାଇଜର ରୂପେ କାମ କରିଥାଏ।