ମା’ ଜନ୍ମଦିନରେ ସାର୍ଟ କାଢି ଦୀପିକାଙ୍କ ସହିତ ମସ୍ତି କଲେ ରଣବୀର, ବାପା ଦେଲେ ଚେତାବନୀ

ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଲଭଷ୍ଟୋରୀ କାହା ବା ଅଜଣା। ଫ୍ଯାନ୍ ହୁଅନ୍ତୁ ଅବା ବି ଟାଉନ ସେଲିବ୍ରିଟି ସମସ୍ତେ ଏହି କପଲଙ୍କ ଫ୍ଯାନ। ନିକଟରେ ଦୁହିଁଙ୍କୁ ରଣବୀର ସିଂଙ୍କ ମା’ଙ୍କ ଜନ୍ମଦିନ ଅବସରରେ ଦେଖିବାକୁ ମିଳିଥିଲା। ଏହି ସମୟର ଅନେକ ଫଟୋ ମଧ୍ୟ ଭାଇରଲ ହୋଇଛି।

ରଣବୀର ସିଂ ନିଜ ମା’ଙ୍କ ଜନ୍ମଦିନ ଅବସରରେ ପତ୍ନୀ ଦୀପିକାଙ୍କ ସହିତ ମୁମ୍ବାଇର ଏକ ହୋଟେଲରେ ଦେଖିବାକୁ ମିଳିଥିଲେ। ଏହି ଅବସରରେ ରଣବୀର ବେଶ୍ ମସ୍ତିଭରା ଅନ୍ଦାଜରେ ନଜର ଆସିଥିଲେ।

ଏବେ ସେହି ସମୟର ଏକ ଭିଡିଓ ଭାଇରଲ ହେଉଛି। ଯେଉଁଥିରେ ରଣବୀର କୁଲ୍ ଅନ୍ଦାଜରେ ‘ନସେସି ଚଢ ଗେୟି’ ଗୀତରେ ଡ୍ଯାନ୍ସ କରୁଥିବା ନଜର ଆସୁଥିବା ବେଳେ ଆଉ ଗୋଟେ ଭିଡିଓରେ ‘ଖଲିବଲି’ ଗୀତରେ ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ରଣବୀରଙ୍କ ଏପରି ଡ୍ଯାନ୍ସକୁ ସମସ୍ତେ ପ୍ରଂଶସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.