ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କ ବିରୋଧରେ ଅଧିକ ତଦନ୍ତ କରି ରିପୋର୍ଟ ଦେବାକୁ ସାଲେପୁର ଜେଏମଏଫସିଙ୍କ ନିର୍ଦ୍ଦେଶ

ମାହାଙ୍ଗା(କେନ୍ୟୁଜ୍): ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କ ବିରୋଧରେ ଅଧିକ ତଦନ୍ତ କରି ରିପୋର୍ଟ ଦେବା ପାଇଁ ସାଲେପୁର ଜେଏମଏଫସି ନିର୍ଦ୍ଦେଶ ଦେଇଛନ୍ତି। ଯେତେଶୀଘ୍ର ହେବ ତଦନ୍ତ କରି ରିପୋର୍ଟ ଦେବାକୁ ମାହାଙ୍ଗା ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାହାଙ୍ଗା ଡବଲ ମର୍ଡର କେସର ଏକ ପ୍ରୋଟେଷ୍ଟ ପିଟିସିନ ଉପରେ ଶୁଣାଣି କରି ସାଲେପୁର ଜେଏମଏଫସି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଏକ ପ୍ରୋଟେଷ୍ଟ ପିଟିସନ ଦାୟର କରିଥିଲେ। ଗତ ଜାନୁଆରୀ ୩ରେ ଏ ଘଟଣାରେ ମାମଲା ରୁଜୁ ହୋଇଥିଲା।

ଏଫଆଇଆରରେ ୧୩ ଜଣଙ୍କ ସହ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ କରି ମେ ୪ ତାରିଖରେ ୧୪ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। କିନ୍ତୁ ପ୍ରତାପ ଜେନାଙ୍କ ବିରୋଧରେ କୌଣସି ଚାର୍ଜସିଟ୍‌ ଫାଇଲ ହୋଇନଥିଲା। ଅନ୍ୟ ୧୩ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଫାଇଲ ହୋଇଥିଲା। ଯେଉଁ ୧୩ ଜଣଙ୍କ ଅଭିଯୁକ୍ତଙ୍କର କଲ ରେକର୍ଡ ମଧ୍ୟ ଯାଂଚ କରିଥିଲେ ତଦନ୍ତକାରୀ, ସେମାନଙ୍କ ପାଖକୁ ପ୍ରତାପ ଜେନାଙ୍କର କୌଣସି ଫୋନ କଲ ଆସିନଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ କରିଛନ୍ତି ତଦନ୍ତକାରୀ ଅଧିକାରୀ।

ଅନ୍ୟପକ୍ଷରେ ଏ ଘଟଣାରେ ଯେଉଁମାନେ ସାକ୍ଷୀ ଥିଲେ, ସେମାନେ ମଧ୍ୟ ପ୍ରତାପ ଜେନାଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେଇନଥିଲେ। ଏପରିକି ଅଭିଯୋଗକାରୀ ପ୍ରତାପ ଜେନାଙ୍କଠାରୁ କୌଣସି ଥ୍ରେଟ୍‌ ଥିବା କହିନାହାନ୍ତି ବୋଲି ଚାର୍ଜସିଟ୍‌ ରେ ଉଲ୍ଲେଖ କରିଛନ୍ତି ତଦନ୍ତକାରୀ ଅଧିକାରୀ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.