ଭୁବନେଶ୍ବର: ପୋଲିସ କନେଷ୍ଟବଳଙ୍କୁ ପଛରୁ ପିଟିଲା ବୋଲେରୋ, ମଦ୍ୟପ ଡ୍ରାଇଭର ମାରିଲା ଚମ୍ପଟ

ଭୁବନେଶ୍ବର(କେନ୍ୟୁଜ୍): ବାଣୀ ବିହାର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ପୋଲିସ କର୍ମଚାରୀକୁ ପଛରୁ ପିଟିଲା ବୋଲେରୋ । ଗରୁତର ଅବସ୍ଥାରେ ପୋଲିସ କନେଷ୍ଟବଳଙ୍କୁ ହସ୍ପିଟାଲକୁ ସ୍ଥାନନ୍ତରିତ କରାଯାଇଛି । ବୋଲେରୋରେ ଥିବା ଦୁଇ ବ୍ୟକ୍ତି ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଅଟକ ରଖିଛି ସହିଦନଗର ଥାନା ପୋଲିସ ।

ଡ୍ରାଇଭର ଜଣକ ମଦ ପିଇ ଦ୍ରୁତ ଗତିରେ ଗାଡି ଚଲାଉଥିବାରୁ ଏହି ଦୁର୍ଘଟଣା  ଘଟିଥିବାର ସୂଚନା ମିଳିଛି। ବୋଲେରଟି ଭୁବନେଶ୍ୱର ଭରତପୁରର ଅଞ୍ଚଳର ବୋଲି ବୋଲି ସୂଚନା ମିଳିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି

Leave A Reply

Your email address will not be published.