ଇଲେକ୍ଟ୍ରୀ ଭେହିକିଲ୍‌କୁ ପ୍ରୋତ୍ସାହନ ଦେଲେ ରାଜ୍ୟ ସରକାର, ୨୦୨୫ ସୁଦ୍ଧା ପଞ୍ଜିକରଣର ୨୦% ବ୍ୟାଟେରୀ କିମ୍ବା ବୈଦ୍ୟୁତିକ ଗାଡ଼ି ଚାଲିବ

କେନ୍ୟୁଜ୍(ବ୍ୟୁରୋ):  ୧୪ ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍‌ । ଓଡ଼ିଶା ଇଲେକ୍ଟ୍ରିସିଟି ଭେହିକିଲ୍‌ ପଲିସି ୨୦୨୧କୁ ମଞ୍ଜୁରୀ ମିଳିଛି । ରାଜ୍ୟରେ ବୈଦ୍ୟୁତିକ ଯାନର ପ୍ରଚଳନକୁ ତ୍ୱରିତ କରିବା ଉଦ୍ଦେଶ୍ୟରେ ବୈଦ୍ୟୁତିକ ଯାନ ନୀତି ଆଣିବେ ସରକାର । ୨୦୨୫ ସୁଦ୍ଧା ପଞ୍ଜିକରଣର ୨୦% ବ୍ୟାଟେରୀ କିମ୍ବା ବୈଦ୍ୟୁତିକ ଗାଡ଼ି ଚାଲିବ।

ଏହା ଇ-ଯାନ, ଏହାର ଯନ୍ତ୍ରାଂଶ ଓ ବ୍ୟାଟେରୀ ଉତ୍ପାଦନକାରୀ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବ । ଏକ୍ଷେତ୍ରରେ ନବୀକରଣ ଓ ଗବେଷଣାକୁ ପ୍ରୋତ୍ସାହନ ଦେବା ବ୍ୟବସ୍ଥା ହୋଇଛି । ଏହି ନୀତି ଆଧାରରେ ଉତ୍ପାଦନକାରୀ କମ୍ପାନୀ, ଇ-ଯା ବ୍ୟବହାରକାରୀମାନଙ୍କୁ ଆର୍ଥିକ ରିହାତି ଦେବା ସହିତ ଗାଡ଼ି ପଞ୍ଜିକରଣ ଦେୟ ଓ ରୋଡ୍‌ ଟ୍ୟାକ୍ସ ଛାଡ଼ ପ୍ରାବଧାନ ରହିଥି । ପୁରୁଣା ଗାଡ଼ିର ସ୍କ୍ରାପ୍‌ କରିବା ପାଇଁ ପ୍ରୋତ୍ସାହନ ଓ ବୈଦ୍ୟୁତିକ ଗାଡ଼ି କିଣିବା ପାଇଁ ଋଣ ବାବଦକୁ ସୁଧ ଛାଡ ବ୍ୟବସ୍ଥା ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.