ଉଚ୍ଚ ରକ୍ତଚାପ ଏବଂ ଷ୍ଟୋନ ରୋଗୀ ପ୍ରତିଦିନ ପିଅନ୍ତୁ କଖାରୁ ଜୁସ୍, କିଛି ଦିନରେ ଦେଖିପାରିବେ ଫରକ

କଖାରୁ ଏପରି ଏକ ପରିବା ଯାହାକୁ ଭାରତରେ ଅଧିକ ମାତ୍ରାରେ ଖିଆଯାଏ। ଭାରତର ସବୁ ରାଜ୍ଯରେ କଖାରୁ ଅଲଗା ଅଲଗା ଉପାୟରେ ପ୍ରସ୍ତୁତ କରାଯାଏ। କିନ୍ତୁ କେବେ ଆପଣ କଖାରୁ ଜୁସ୍ ପିଇଛନ୍ତି କି ? ଏଥିରେ ଅନେକ ପୋଷକ ତତ୍ତ୍ବ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ, ଯାହା ଶରୀରକୁ ବେଶ ଫାଇଦା ଦେଇଥାଏ। ତେବେ ଜାଣନ୍ତୁ କଖାରୁ ଜୁସର ଫାଇଦା:

ଏହାକୁ ବନାଇବା ପାଇଁ କଖାରୁକୁ ଛୋଟ ଛୋଟ କରି କାଟିଦିଅନ୍ତୁ। ଏହାକୁ ଭଲଭାବେ ଗ୍ରାଇଣ୍ଡିଂ କରି ରସ କାଢିଦିଅନ୍ତୁ। ଏହାକୁ ଛାଣି ସକାଳେ ଖାଲି ପେଟରେ ପିଅନ୍ତୁ।

ଯଦି ଆପଣଙ୍କର ଷ୍ଟୋନ ସମସ୍ଯା ରହିଛି କଖାରୁ ଜୁସ୍ ପିଇବା ବେଶ୍ ଫାଇଦାଯୁକ୍ତ ହୋଇଥାଏ। ତେଣୁ ଦିନକୁ ୩ ଥର କଖାରୁ ଜୁସ୍ ପିଅନ୍ତୁ।

ଉଚ୍ଚ ରକ୍ତଚାପ ଥିବା ରୋଗୀ ପ୍ରତିଦିନ କଥାରୁ ଜୁସ୍ ପିଇବା ଉଚିତ।

ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ହୃଦୟକୁ ସୁସ୍ଥ ରଖିଥାଏ।

କଖାରୁ ଜୁସରେ ଫାଇବର ମାତ୍ରା ଅଧିକ ରହିଥାଏ। ଏହା ପେଟକୁ ଅଧିକ ସମୟ ପର୍ଯ୍ଯନ୍ତ ଭରି ରହିଥାଏ। ପେଟର ଚର୍ବି କମ କରିବା ପାଇଁ କଖାରୁ ଜୁସ୍ ପିଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.