ପ୍ରେସର କୁକରରେ ଫସିଗଲା ଦେଢ଼ ବର୍ଷ ଶିଶୁର ମୁଣ୍ଡ, ଡାକ୍ତର କାଢ଼ିଲେ ଏମିତି

ଆଗ୍ରା : ବେଳେ ବେଳେ ବଡ଼ ଲୋକଙ୍କ ଅସାବଧାନତା ପିଲାଙ୍କ ପାଇଁ ବଡ଼ ବିପଦ ଡାକିଥାଏ । ଏପରି ଅସାବଧାନତା ଯୋଗୁ ଜଣେ ଶିଶୁର ମୁଣ୍ଡ ପ୍ରେସର କୁକର ମଧ୍ୟରେ ପଶିଯାଇଥିଲା । ଯାହାକୁ ବହୁ କଷ୍ଟରେ ଡାକ୍ତରମାନେ କାଢ଼ିଥିବାର ଜଣାପଡ଼ିଛି ।

ଅଘଟଣଟି ଘଟିଛି ଉତ୍ତର ପ୍ରଦେଶର ଆଗ୍ରାରେ । ଜଣେ ଦେଢ଼ ବର୍ଷର ଶିଶୁ ଖେଳୁ ଖେଳୁ ମୁଣ୍ଡରେ ପ୍ରେସର କୁକର ପଶାଇ ଦେଇଥିଲା । ଏହାକୁ ନେଇ ପରିବାର ଲୋକ ଚନ୍ତିତ ହୋଇପଡ଼ିଥିଲେ । ବହୁ ଚେଷ୍ଟା ପରେ ବି ଶିଶୁଟିର ମୁଣ୍ଡରୁ କାଢ଼ି ପାରିନଥିଲେ ପ୍ରେସର କୁକରକୁ । ଶେଷରେ ମେଡିକାଲ ନେବାକୁ ପଡ଼ିଥିଲା । ଏଠାରେ ଡାକ୍ତର ଟିମ୍‌ ପ୍ରାୟ ଦୁଇ ଘଣ୍ଟା ପରିଶ୍ରମ ପରେ ଶିଶୁଟିର ମୁଣ୍ଡରୁ ପ୍ରେସର କୁକର କାଢ଼ିବାକୁ ସମର୍ଥ ହୋଇଥିଲେ ।

ସୂଚନାନୁଯାୟୀ, ମଥୁରା ନିବାସୀ ସୁମାୟଲା ଆଗ୍ରା ଲୌହାମଣ୍ଡି ସ୍ଥିତ ମା’ଙ୍କ ଘରକୁ ଆସିଥିଲେ । ସେଠାରେ ତାଙ୍କ ଦେଢ଼ ବର୍ଷର ଶିଶୁ ଖେଳୁଥିବା ବେଳେ ମୁଣ୍ଡରେ ପ୍ରେସର କୁକର ପଶାଇ ଦେଇଥିଲା । ପରିବାର ଲୋକେ ବହୁ ପ୍ରୟାସ କରି କାଢ଼ି ପାରିନଥିଲେ । ଶିଶୁଟି ଛଟପଟ ହେଉଥିବା ବେଳେ ପରିବାର ଲୋକେ ବ୍ୟସ୍ତ ହୋଇ ମେଡିକାଲ ଆସିଥିଲେ ।

ଡାକ୍ତରମାନେ ବହୁ ଚେଷ୍ଟା କରି କାଢ଼ି ପାରିନଥିଲେ । ଶେଷରେ ଗ୍ଲାଇଡର ମେସିନ ଆଣିବାକୁ ପଡିଲା । ଡାକ୍ତରମାନେ ଗ୍ଲାଇଡର ମେସିନ ସାହାଯ୍ୟରେ ବହୁ କଷ୍ଟରେ ପ୍ରେସର କୁକରକୁ କାଟି ଶିଶୁଟିକୁ ବଞ୍ଚାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.