ହଜାର ଫୁଟ୍‌ ଉପରେ ଉଡ଼ୁଥିବା ବିମାନରୁ ଡେଇଁପଡ଼ିଲେ ଯୁବକ, ଭିଡିଓରେ ଦେଖନ୍ତୁ ତା’ପରେ କ’ଣ ହେଲା

ଅନ୍ୟମାନଙ୍କଠାରୁ କିଛି ଭିନ୍ନ କରିବାକୁ ବର୍ତ୍ତମାନର ଯୁବପିଢ଼ି ଏବେ ଆଗଭର। ସବୁବେଳେ କିଛି ନୂଆ କାମ କରି ସମସ୍ତଙ୍କୁ ଚମକାଇ ଦେବାକୁ ଚାହୁଁଛନ୍ତି ସେମାନେ। ଏବେ ସେଭଳି ଜଣେ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯୁବକ ଜଣକ ବିମାନରୁ ଡେଇଁ ଅତି ବିପଜ୍ଜନକ ସ୍କାଏ ଡାଇଭ୍‌ କରୁଥିବା ଦେଖାଯାଇଛି। ତେବେ ସବୁଠୁ ଖୁସିର କଥା ହେଉଛି ସେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛନ୍ତି।

ଦେଖନ୍ତୁ ଭିଡିଓ:


ଭିଡିଓରେ ଦେଖାଯାଇଛି ଯେ ଜଣେ ପ୍ରଫେସନାଲ ସ୍କାଏ ଡାଇଭର ମାଟିଠୁ ହଜାର ଫୁଟ ଉଚ୍ଚରେ ଏକ ଛୋଟ ବିମାନର ପଛ ସିଟ୍‌ରେ ବସିଛନ୍ତି। ସାମ୍ନାରେ ପାଇଲଟ୍‌ ବିମାନକୁ ମଝି ଆକାଶରେ ସ୍ଥିର ରଖିଛନ୍ତି। ଯୁବକ ଜଣଙ୍କ ସମସ୍ତ ଗତିବିଧିକୁ ରେକର୍ଡିଂ କରିବାକୁ ବିମାନର ଆଗ ଓ ପଛରେ କ୍ୟାମେରା ବି ଲାଗିଛି। କିଛି ସମୟ ପରେ ଯୁବକ ନିଜ ସିଟ୍‌ ବେଲ୍ଟ ଖୋଲୁଛନ୍ତି ଓ ବିମାନରୁ ଡେଉଁଛନ୍ତି।

୨୦ ସେକେଣ୍ଡର ଏହି ଭିଡିଓରେ ଦେଖାଯାଇଛି ଯେ ଡେଇଁବା ପରେ ଯୁବକ ନିଜର ସମସ୍ତ ଗତିବିଧିକୁ କ୍ୟାମେରାରେ କଏଦ କରୁଛନ୍ତି ଓ ପ୍ୟାରାଚୁଟ୍‌ ସାହାଯ୍ୟରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରୁଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ nicolesmithludvik ଆକାଉଣ୍ଟରୁ ଭିଡିଓଟି ସେୟାର କରାଯାଇଛି। ଇତି ମଧ୍ୟରେ ଏହି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିବା ସହ କମେଣ୍ଟ ବି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.