କଦଳୀ ବୋଝେଇ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ, ୨ ଅଟକ

ଜୟପୁର(କେନ୍ଯୁଜ୍): ବାହାରେ କଦଳୀ, ଭିତରେ ଗଞ୍ଜେଇ। କଦଳୀ ବୋଝେଇ ଟ୍ରକରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ। ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଜୟପୁର ସଦର ଥାନା ପୋଲିସ। କଦଳୀ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା।

କୋରାପୁଟ ଘାଟିରେ ଏକ ଟ୍ରକକୁ ଅଟକାଇଥିଲା। ଛାନ୍‌ଭିନ୍‌ ବେଳେ ଉପରେ କଦଳୀ କାନ୍ଧି ଓ ଭିତରେ ଗଞ୍ଜେଇ ଥିବା ଥିବା ଜାଣିବାକୁ ପାଇଥିଲା। ଜବତ ଗଞ୍ଜେଇ ପ୍ରାୟ ଏକ ଟନ୍‌ ଓଜନର ହେବ ବୋଲି ଜଣାପଡିଛି। ଏହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ହେବ। ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସଦର ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.