ଭାଇରାଲ ହେଉଛି ସିଦ୍ଧାର୍ଥ ଶୁକ୍ଳାଙ୍କର ପୁରୁଣା ଟ୍ୱିଟ୍‌, ଯାହାକୁ ଦେଖି ଇମୋସନାଲ ହେଲେ ଫ୍ୟାନ୍ସ

ଲୋକପ୍ରିୟ ଅଭିନେତା ତଥା ମଡେଲ ସିଦ୍ଧାର୍ଥ ଶୁକ୍ଲାଙ୍କର ଗୁରୁବାର ପରଲୋକ ଘଟିଛି । ହୃଦଘାତ ଯୋଗୁଁ ମାତ୍ର ୪୦ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅଭିନେତାଙ୍କ ଆକସ୍ମିକ ମୃତ୍ୟୁ ବଲିଉଡ ଏବଂ ଟିଭି ଜଗତକୁ ଚକିତ କରିଦେଇଛି । ମାତ୍ର ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ମୃତ୍ୟୁର କିଛି ଘଣ୍ଟା ପରେ ଅନ୍‌ଲାଇନ୍‌ରେ ଗୋଟିଏ ଟ୍ୱିଟ୍‌ ବହୁତ ଭାଇରାଲ ହେଉଛି । ଏହି ଟ୍ୱିଟ୍‌ ସିଦ୍ଧାର୍ଥ ଶୁକ୍ଳାଙ୍କ ଦ୍ୱାରା ୨୦୧୭ ମସିହାରେ କରାଯାଇଥିଲା । ଯେଉଁଥିରେ ସେ ମୃତ୍ୟୁ ବିଷୟରେ ଅବତାରଣ କରିଥିଲେ ।

ସିଦ୍ଧାର୍ଥ ଶୁକ୍ଳା ଏହି ଟ୍ୱିଟ୍‌ରେ ଲେଖିଥିଲେ –ମୃତ୍ୟୁ ଜୀବନର ସବୁଠୁ ବଡ଼ କ୍ଷତି ନୁହେଁ । ସବୁଠୁ ବଡ଼ କ୍ଷତି ସେତେବେଳେ ହୋଇଥାଏ , ଯେବେ ଆମ ଭିତର ଜିନିଷ ମରିବାକୁ ଲାଗେ । ତାହା ବି ସେତେବେଳେ ଯେବେ ଆମେ ଜିଇଁ ଥାଉ । ୨୪ ଅକ୍ଟୋବର ୨୦୧୭ରେ ସିଦ୍ଧାର୍ଥ ଶୁକ୍ଳା ଏହି ଟ୍ୱିଟ୍‌ ସେୟାର କରିଥିଲେ ।

 

 

ଅଭିନେତାଙ୍କ ଏହି ଟ୍ୱିଟ ଭାଇରାଲ ହେବା ମାତ୍ରେ ଇଣ୍ଟରନେଟ ବ୍ୟବହାରକାରୀମାନେ ଅତ୍ୟନ୍ତ ଭାବପ୍ରବଣ ହୋଇପଡିଛନ୍ତି। ଏହାର ପ୍ରତିକ୍ରିୟା ଦେଇ ଜଣେ ଫ୍ୟାନ୍ସ ଲେଖିଛନ୍ତି, ‘ଆପଣ ଏହି ବିଷୟରେ ଭୁଲ୍ ଲେଖିଛନ୍ତି । ମୃତ୍ୟୁ ହେଉଛି ଜୀବନର ସବୁଠାରୁ ବଡ କ୍ଷତି | ଆମେ ଆପଣ ଲେଖିଥିବା ଏହି ଲାଇନକୁ ଅନୁଭବ କରୁଛୁ ଦୟାକରି ଆପଣ ଫେରି ଆସନ୍ତୁ । ଆପଣ ଆମ ସହିତ ନାହାନ୍ତି ବୋଲି ଆମେ ବିସ୍ଵାଶ କରିପାରୁନାହୁଁ । ଏହି ସମୟରେ ଅନ୍ୟ ଜଣେ ଫ୍ୟାନ୍ସ ଲେଖିଥିଲେ, ‘ଜୀବନ ଅତ୍ୟନ୍ତ ଅନିଶ୍ଚିତ ଅଟେ। ସମସ୍ତଙ୍କୁ ଭଲ ପାଅ, କାହାକୁ ଘୃଣା କର ନାହିଁ ଏବଂ ପ୍ରତ୍ୟେକ ଛୋଟ ଜିନିଷକୁ ପାଳନ କରନ୍ତୁ ।

ରିଆଲିଟି ସୋ ବିଗ୍ ବସ୍ ୧୩ ପରଠାରୁ ସିଦ୍ଧାର୍ଥ ଶୁକ୍ଲାଙ୍କ ନାମ କ୍ରମାଗତ ଭାବରେ ଶାହନାଜ ଗିଲ ସହିତ ଜଡିତ ଥିଲା ।ସୋସିଆଲ ମିଡିଆରେ ଉଭୟଙ୍କ ଯୋଡିର ନାମ ଚର୍ଚ୍ଚାରେ ଥିଲା, ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ପାଇବା ପରେ ଶେହନାଜ ଗିଲଙ୍କ ମନକୁ ଗଭୀର ଆଘାତ ଲାଗିଛି । ଏଥି ସହ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅଭିନେତ୍ରୀଙ୍କ ପିତା ସାନ୍ତୋଖ ସିଂ ସୁଖ କହିଛନ୍ତି ଯେ ଶାହନାଜ ଗିଲଙ୍କ ହାତରେ ସିଦ୍ଧାର୍ଥ ଶୁକ୍ଲାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ସୂଚନା ଅନୁସାରେ ୧୨ ଡିସେମ୍ବର ୧୯୮୦ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସିଦ୍ଧାର୍ଥ ଶୁକ୍ଲା ଜଣେ ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୮ ମସିହାରେ, ସେ ଟିଭି ସିରିଏଲ୍ ‘ବାବୁଲ୍ କା ଆଙ୍ଗାନ୍ ଛୁଟେ ନା’ରେ ଅଭିନୟ କରିଥିଲେ, କିନ୍ତୁ ସେ ୨୦୧୩ ଟିଭି ସୋ ବାଲିକା ବଧୂ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲେ। ଏହା ପରେ ସେ ୨୦୧୪ ମସିହାରେ ‘ହମ୍ପ୍ଟି ଶର୍ମା କି ଦୁଲହାନିଆ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହା ବ୍ୟତୀତ ‘ବ୍ରେକନ୍ ବଟ ବିୟୁଟିଫୁଲ ‘ ନାମକ ତାଙ୍କର ୱେବ୍ ସିରିଜ୍ ମଧ୍ୟ ସେହି ବର୍ଷ ଆସିଥିଲା, ଯାହା ସେହି ସମୟରେ ଅନେକ ହେଡଲାଇନ୍ ସୃଷ୍ଟି କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.