ଆଜି ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ, ଲୋକାର୍ପିତ ହେବ ୧୧୦ଟି ନୂଆ OSRTC ବସ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଉଦଘାଟନ କାର୍ଯ୍ୟକ୍ରମମାନ ରହିଛି । ସଂଧ୍ୟାରେ AG ଛକ ନିକଟରେ ୧୧୦ OSRTCର ନୂଆ ଯାତ୍ରୀବାହି ବସ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରୁ ବିଭିନ୍ନ ସ୍ଥାନକୁ ଏହି ନୂଆ ବସ ଯାତାୟତ କରିବ ।

ଏହାପରେ ରମାଦେବୀ ବିଶ୍ୱବିଦ୍ୟାଳୟ ନିକଟରେ ନିର୍ମାଣ ହୋଇଥିବା ନିମନ୍ତ୍ରଣ ରେଷ୍ଟୁରାଣ୍ଟକୁ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ନିମନ୍ତ୍ରଣ ରେଷ୍ଟୁରାଣ୍ଟ OTDC ଦ୍ୱାରା ନିର୍ମାଣ କରାଯାଇଛି । ଏହାପରେ ପଟିଆରେ ହୋଇଥିବା CRUT ବସ ଡିପୋକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସେହିଭଳି ପୋଖରୀପୁଟରେ SIEP ନୂତନ ବିଲଡିଂକୁ ଉଦଘାଟନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.