ଗତ କିଛି ଦିନ ହେବ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ୍ ଙ୍କ ରିଲେସନ୍ କୁନେଇ ଚର୍ଚ୍ଚା ଜୋର୍ ଧରିଛି । ଦୁହେଁ ଏ ସମ୍ପର୍କରେ କିଛି ଖୁଲାସା କରିନାହାନ୍ତି ସତ କିନ୍ତୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଶୁଣିବାକୁ ମିଳିଛି । ଅନେକ ସମୟରେ ଦୁହିଁଙ୍କୁ ଏକାଠି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ନିକଟରେ ଏକ ଖବର ସାମନାକୁ ଆସିଥିଲା ଯେଉଁଥିରେ କୁହାଯାଇଥିଲା ଯେ, କ୍ୟାଟ୍ରିନା ଓ ଭିକି ଗୁପ୍ତ ଭାବେ ନିର୍ବନ୍ଧ ସାରିଛନ୍ତି । ହେଲେ ଏହି କଥାକୁ ଭିକିଙ୍କ ବାପା ଶ୍ୟାମ କୌଶଲ ପ୍ର୍ରତ୍ୟାଖ୍ୟାନ କରିଥିଲେ ଓ ଗୁଜବ ବୋଲି ପ୍ରତିକ୍ରିୟା ଦେଇଥିଲେ ।
କିନ୍ତୁ ଏବେ ଆଉ ଏକ ଖବର ଶୁଣିବାକୁ ମିଳିଛି। ଖବରଟି ହେଉଛି ଏହି ବର୍ଷ ଶେଷ ଆଡ଼କୁ ଭିକି ଓ କ୍ୟାଟ୍ରିନା ବିବାହ କରିବେ । ଦୁହେଁ ରାଜସ୍ଥାନରେ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି । ଏଥିପାଇଁ ସବୁ ପ୍ରସ୍ତୁତି ହୋଇଛି । ହେଲେ ଭିକି ଓ କ୍ୟାଟ୍ରିିନା ଏହି ସମ୍ପର୍କରେ କୌଣସି ବୟାନ ରଖିନାହାନ୍ତି।
ଖବର ଅନୁସାରେ କ୍ୟାଟ୍ରିନା କୈଫ୍ଏ ଏବଂ ଭିକି କୌଶଲ୍ ଏହି ସମ୍ପର୍କକୁ କେବେ ନିଶ୍ଚିତ କରିନାହାଁନ୍ତି, କିନ୍ତୁ ଦୁହେଁ କେବେହେଲେ ଅସ୍ୱୀକାର କରିନାହାଁନ୍ତି ଯେ ସେମାନେ ପରସ୍ପରକୁ ଡେଟ କରୁଛନ୍ତି। ନିକଟରେ ହର୍ଷବର୍ଦ୍ଧନ ସ୍ପଷ୍ଟ କରିଛନ୍ତି ଯେ କ୍ୟାଟ୍ରିନା ଏବଂ ଭିକି ପରସ୍ପରକୁ ଡେଟ କରୁଛନ୍ତି। ଏକ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ହର୍ଷବର୍ଦ୍ଧନ କ୍ୟାଟ୍ରିନା କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ୍ ସମ୍ପର୍କ ବିଷୟରେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ଦୁହେଁ ନିଜ ଫିଲ୍ମରେ ବ୍ୟସ୍ତ ଅଛନ୍ତି । କ୍ୟାଟ୍ରିନା ଟାଇଗର୍-୩ର ଶୁଟିଂ ରେ ବ୍ୟସ୍ତ ଅଛନ୍ତି । ଏଥିରେ ସଲମାନଙ୍କ ସହ ତାଙ୍କୁ ଦେଖିବେ ଦର୍ଶକ। ଏହା ବ୍ୟତୀତ କ୍ୟାଟ୍ରିନା “ସୂର୍ଯ୍ୟବଂଶୀ”, “ଫୋନ୍ ଭୁତ୍” ଓ “ଜୀ ଲେ ଜରା” ରେ ବି ନଜର ଆସିବେ । ଅନ୍ୟପଟେ “ସେମ୍ ବାହାଦୁର”, “ସରଦାର୍ ଉଧମ ସିଂହ” ରେ ଭିକିଙ୍କୁ ଦେଖିବାକୁ ମିଳିବ ।