ଆଫଗାନ ଦଖଲର ୨୨ ଦିନ ପରେ ସରକାର ଘୋଷଣା କଲା ତାଲିବାନ, ସବୁ ଆତଙ୍କୀ ଏବେ ମନ୍ତ୍ରୀ

ଆଫଗାନ ଦଖଲର ୨୨ ଦିନ ପରେ ସରକାର ଘୋଷଣା କଲା ତାଲିବାନ। ଆଫଗାନିସ୍ତାନରେ ଏକ କାର୍ଯ୍ୟକାରୀ ସରକାର ରହିବ। କାର୍ଯ୍ୟକାରୀ ସରକାରୀ ମନ୍ତ୍ରିମଣ୍ଡଳର ନେତୃତ୍ୱ ନେବେ ମହମ୍ମଦ ହସନ ଅଖୁନ୍ଦ। ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ହେବେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ।ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ କରିବାକୁ ଡେପୁଟୀ ଲିଡର ରହିବେ।

ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବ୍ଦୁଲ ଘନି ବରାଦର ହେବେ ଉପ ପ୍ରଧାନମନ୍ତ୍ରୀ। ମୁଲ୍ଲା ଅବ୍ଦୁଲ ସଲାମ ହନ୍‌ଫି ଆଉ ଜଣେ ଉପପ୍ରଧାନମନ୍ତ୍ରୀ ରହିବେ। ମୁଲ୍ଲା ମହମ୍ମଦ ୟାକୁବ୍‌ କାର୍ଯ୍ୟକାରୀ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାମ କରିବେ। ତାଲିବାନର ପୂର୍ବତନ ସୁପ୍ରିମ ଲିଡର ତଥା ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରର ପୁଅ ମୁଲ୍ଲା ମହମ୍ମଦ ୟାକୁବ। ସେହିପରି ହକ୍କାନୀ ନେଟ୍‌ୱର୍କର ମୁଖିଆ ସିରାଜୁଦ୍ଦିନ ହକ୍କାନୀ ହେବେ କାର୍ଯ୍ୟକାରୀ ଗୃହମନ୍ତ୍ରୀ। ଅମିର ଖାନ ମୁଟ୍ଟାକୀ ବୈଦେଶିକ ମନ୍ତ୍ରୀ ଦାୟିତ୍ୱ ତୁଲାଇବେ।


ଏବେ ଯେଉଁ ସରକାର ଗଠନ ହେବ ତାହା ଅସ୍ଥାୟୀ। ଆଗକୁ ଏକ ସ୍ଥାୟୀ ସରକାର ଗଠନ ନେଇ କାମ ଜାରି ରହିବ। ସରକାର ଗଠନ ପାଇଁ ହେବାକୁ ଥିବା ସମାରୋହରେ ସାମିଲ ହେବାକୁ ପାକିସ୍ତାନ, ଚୀନ, ତୁର୍କୀ ଓ କତାରକୁ ନିମନ୍ତ୍ରଣ ଦେଇଛି ଆଫଗାନିସ୍ତାନ। ତେବେ କେଉଁ କେଉଁ ଦେଶ ଏହି ଉତ୍ସବରେ ସାମିଲ ହେବେ ସେ ନେଇ ଏବେ ଯାଏଁ ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.