ମଣିଷ ଭଳି ରାଗି ଯାଇ ବତକ କହିଲା ‘You bloody fool’, ଆପଣ ଶୁଣି ମଧ୍ୟ ବିଶ୍ବାସ କରିପାରିବେନି

ଆପଣମାନେ ଶୁଆକୁ ମଣିଷ ଭଳି କଥାବାର୍ତ୍ତା କରିବା କିମ୍ବା ଶବ୍ଦ କରୁଥିବା ଅନେକ ଥର ଶୁଣିଥିବେ କିନ୍ତୁ କେବେ ଆପଣ ବତକ ମଣିଷ ଭଳି କଥା କହୁଥିବା ହୁଏତ ଶୁଣିନଥିବେ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଏକ ସ୍ବତନ୍ତ୍ର ପ୍ରଜାତିର ବତକ ବିଲକୁଲ ମଣିଷ ଭଳି କଥା କହିପାରୁଛି। ଆପଣ ହୁଏତ ଏହି କଥାକୁ ବିଶ୍ବାସ କରିପାରୁନଥିବେ।

ଅଧ୍ୟୟନ ମୁତାବକ, ଏକ ଅଷ୍ଟ୍ରେଲିଆ ବତକ ବାରମ୍ବାର ବାରମ୍ବାର ‘You Bloody Fool’ କହୁଥିବା ରେକର୍ଡ କରାଯାଇଛି। ଏହି ପୁରୁଷ ବତକ କବାଟ ବନ୍ଦ ହେବା ଭଳି ଶବ୍ଦ ମଧ୍ୟ କାଢିଥାଏ। ବତକର ଶବ୍ଦ କ୍ଯାନବେରାର ଡିଟାବିନବିଲା ନେଚର ରିଜର୍ଭରେ ରେକର୍ଡ କରାଯାଇଛି।

ରିସର୍ଚ୍ଚକର୍ତ୍ତାଙ୍କ ଅନୁଯାୟୀ, ଏହି ଶବ୍ଦକୁ ବତକ ବାରମ୍ବାର ଶୁଣିବା ପରେ, ଧୀରେ ଧୀରେ ଏହାର ନକଲ କରିବାକୁ ଲାଗିଲା। ଅନୁଧ୍ୟାନରୁ ଜଣାପଡିଛି ଯେ, ଏହି ପ୍ରଜାତିର ବତକଙ୍କ ମଧ୍ୟରେ ଶୁଆ, ହମିଂବାର୍ଡ, ୟୁରୋପୀୟ ଷ୍ଟାରଲିଙ୍ଗ, ମଇନା ପକ୍ଷୀ ଏବଂ ବୁଗେରିଗାର ଭଳି ଅନ୍ଯ ପକ୍ଷୀଙ୍କ ପରି ନକଲ କରିବାର କ୍ଷମତା ରହିଛି।

ଜୀବବିଜ୍ଞାନୀ କେରେଲ ଟ୍ଯାନ କେଟଙ୍କ କହୁବାନୁଯାୟୀ, ସେ ଯେତେବେଳେ ଏହି ସନ୍ଧାନ ବିଷୟରେ ଜାଣିବାକୁ ପାଇଲେ କି, କସ୍ତୁରୀ ବତକ ମଣିଷ ଭଳି ଶବ୍ଦ ବାହାର କରିପାରେ, ଏହା ବିଶ୍ବାସ କରିବା ମୁସ୍କିଲ ହୋଇପଡିଥିଲା। ତେଣୁ ଏହା ବିଷୟରେ ସତ ଜାଣିବା ପାଇଁ ଟ୍ଯାନ ଶିକାରକୁ ଯାଇ ସତ ଜାଣିବାକୁ ପାଇଥିଲେ।

ସୂଚନାଯୋଗ୍ଯ, ନିକଟରେ ଅଷ୍ଟ୍ରେଲିଆର ଏକ ଚିଡିଆଖାନାରେ ପକ୍ଷୀଟି ପିଲା ଭଳି କାନ୍ଦୁଥିବା ଭିଡିଓ ଭାଇରଲ ହୋଇଥିଲା। ଭିଡିଓରେ ପକ୍ଷୀଟି ବସି ଗଛରେ କୌଣସି ଛୋଟ ପିଲା କାନ୍ଦୁଥିବା ଭଳି ଶୁଣିବାକୁ ମିଳିଥିଲା।

Video courtsey: New Scientist

Leave A Reply

Your email address will not be published.