ମାସ୍କ ବିନା ସ୍କୁଲରେ ଏଣ୍ଟ୍ରି ମନା

ଭୁବନେଶ୍ୱର (କେନ୍ୟୁଜ): ସ୍କୁଲକୁ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀ ମାସ୍କ ପିନ୍ଧିବେ । ବିନା ମାସ୍କରେ ସ୍କୁଲରେ ପ୍ରବେଶ ଅନୁମତି ମିଳିବ ନାହିଁ । ପ୍ରବେଶ ପଥରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ହେବ । ସେଠାରେ ସାନିଟାଇଜର୍‌ ବି ରହିବ । କ୍ଲାସରୁମରେ ରହିବ ସାମାଜିକ ଦୂରତା । ଏହାକୁ ସୁନିଶ୍ଚିତ କରିବେ କୋଭିଡ୍‌ ମନିଟର୍‌ । ଯଦି କୌଣସି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା କର୍ମଚାରୀଙ୍କୁ ଜ୍ୱର, କାଶ, ଥଣ୍ଡା ହେଉଥିଲେ ସେମାନେ ସ୍କୁଲ ନଆସିବାକୁ କୁହାଯାଇଛି ।

ସ୍କୁଲ ପରିଚାଳନା କମିଟି ନିୟମିତ ବ୍ୟବଧାନରେ ସ୍କୁଲକୁ ସାନିଟାଇଜ୍‌ କରିବେ । ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ପୁଣି ଥରେ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.