Below header

“ମାଉଣ୍ଟ ୟୁନାମ” ଅଭିମୁଖେ ଓଡିଶାରୁ ପାଞ୍ଚ ଜଣିଆ ଟିମ

ଭୁବନେଶ୍ୱର(କେ ନ୍ୟୁଜ): ମଙ୍ଗଳବାର ସକାଳେ ଆଶା ବା ଆସୋସିଏସନ ଅଫ ଆଡଭେଞ୍ଚର ଆଣ୍ଡ ସୋସିଆଲ ଆକ୍ଟିଭିଟିଜର ଏକ ପାଞ୍ଚ ଜଣିଆ ଟିମ ଭୁବନେଶ୍ୱରରୁ “ମାଉଣ୍ଟ ୟୁନାମ” ଆରୋହଣ ଅଭିମୁଖେ ବାହାରିଛନ୍ତି । ୟୁନାମ ଅଭିମୁଖେ ଯାଉଥିବା ଏହି ୫ ଜଣିଆ ଟିମରେ ଥିବା ସଦସ୍ୟ ମାନେ ହେଲେ ଅନିତା ସ୍ୱାଇଁ, ଚିନ୍ମୟ ମହାରଣା, ସସ୍ମିତା ପ୍ରଧାନ, ଦେବଦତ୍ତ ସାମନ୍ତରାୟ ଓ ଅଜିତ କୁମାର ପାଢ଼ୀ । ଏହି ବିଶେଷ କାର୍ଯ୍ୟକ୍ରମ ଟିକୁ ଚଣ୍ଡୀଗଡ଼ ସ୍ଥିତ ନ୍ୟାସଓନାଲ ଆଡଭେଞ୍ଚର କ୍ଲବ ଆୟୋଜନ କରୁଥିବା ନେଇ ଜଣାଯାଇଛି । କହିରଖିବା ଉଚିତ ହେବକି ମାଉଣ୍ଟ ୟୁନାମ ହିମାଚଳ ପ୍ରଦେଶ ରାଜ୍ୟରେ ଅବସ୍ଥିତ ହୋଇଥିବା ବେଳେ ଏହାର ଉଚ୍ଚତା ହେଉଛି ୬୧୧୧ ମିଟର ।

ଏଭେରେଷ୍ଟ ଆରୋହଣକାରୀ ତଥା ଆଶା ସେକ୍ରେଟାରୀ ଶ୍ରୀ ଗଣେଶ ଚନ୍ଦ୍ର ଜେନାଙ୍କ କହିବା ଅନୁଯାୟୀ ଅନିତା ସ୍ୱାଇଁ ଓ ଚିନ୍ମୟ ମହାରଣାଙ୍କୁ ନାକ NAC ମାଉଣ୍ଟ ୟୁନାମ ଅଭମୁଖେ ଯାଉଥିବା ଟିମର ଲିଡର ଭାବେ ଚୟନ କରିଛନ୍ତି । ଅନ୍ୟପକ୍ଷରେ ଆଶାର ପରାମର୍ଶଦାତା ଶ୍ରୀ ଅଶୋକ ମହାନ୍ତି ଓ ଶ୍ରୀ ଜେନା ସମସ୍ତ ଯାତ୍ରୀ ମାନଙ୍କୁ ନିଜ ଅନ୍ତରଙ୍ଗ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.