ପାଣି ଦେଖି ଆତ୍ମହରା ହୋଇଗଲା ଛୁଆ ହାତୀ, ଦେଖନ୍ତୁ କେମିତି ଗଡୁଛି କାଦୁଅରେ

ହାତୀମାନେ କେବଳ ଦେଖିବାକୁ ସୁନ୍ଦର ନୁହଁନ୍ତି, ବରଂ ସେମାନେ କାର୍ଯ୍ୟ ମଧ୍ୟ ବହୁତ ପସନ୍ଦ ଆସିଥାଏ । ବେଳେବେଳେ ହାତୀମାନେ ଛୋଟ ପିଲାମାନଙ୍କ ପରି ଅଭିନୟ କରନ୍ତି । ପୁଣି କେତେ ବେଳେ ସେମାନେ ନିଜ ଶୁଣ୍ଢ ମାଧ୍ୟମ ରେ ମଜାଳିଆ ହରକତ କରିଥାନ୍ତି , ଅନେକ ସମୟରେ ସେମାନେ ପାଣିରେ ପଶି ମଜା ମସ୍ତି ଆରମ୍ଭ କରନ୍ତି । ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଭାଇରାଲ ହୋଇଛି। ସେମାନଙ୍କୁ ଦେଖିବା ପରେ ହାତୀମାନଙ୍କ ପ୍ରତି ଆମର ଭଲ ପାଇବା ବଢ଼ିବାରେ ଲାଗିଛି । ଏବଂ ସୋସିଆଲ ମିଡିଆରେ, ଆମେ ଏପରି ଭିଡିଓ ଖୋଜିବା ଆରମ୍ଭ କରିଦେଉ ଯାହା ଆମର ଖରାପ ମନ ଭାବନାକୁ ଭଲ କରିପାରେ। ବର୍ତ୍ତମାନ ସେହିପରି ଏକ କ୍ଲିପ୍ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ହାତୀ ପୋଖରୀରେ ଖେଳୁଥିବା ଦେଖିବାକୁ ମିଳିବ । ଆମେ ଆଶା କରୁଛୁ ଆପଣ ନିଶ୍ଚିତ ଭାବରେ ଏହି ଭିଡିଓକୁ ପସନ୍ଦ କରିବେ ।

 

ଏହି୪୫ ସେକେଣ୍ଡ୍ କ୍ଲିପ୍ ରେ ତୁଣ୍ଡାନି ନାମକ ଏକ ନଅ ବର୍ଷର ହାତୀ ଏକ ପୋଖରୀରେ ମଜା କରୁଥିବା ଦେଖିବାକୁ ମିଳିଛି । ପ୍ରଥମେ ହାତୀଟି ପ୍ରାୟ ୧୦ ସେକେଣ୍ଡ ପାଇଁ ବିଶ୍ରାମ ନେଇ ତୁରନ୍ତ କାଦୁଅ ପାଣିରେ ଖେଳିବା ଆରମ୍ଭ କଲା। ଏଥି ସହିତ ଅନ୍ୟ କେତେକ ହାତୀ ମଧ୍ୟ ପୋଖରୀରେ ଖେଳୁଥିବାର ନଜର ଆସିଛନ୍ତି ଅନାଥ ହାତୀ ଶିଶୁମାନଙ୍କର ଉଦ୍ଧାର, ମୁକ୍ତି ଏବଂ ପୁନଃଥଇଥାନ ପାଇଁ ଏକ ଟ୍ରଷ୍ଟ ଶେଲଡ୍ରିକ୍ ୱାଇଲ୍ଡ ଲାଇଫ୍ ଦ୍ୱାରା ଏହି ଭିଡିଓ ଅପଲୋଡ୍ କରାଯାଇଥିଲା। ଉଦ୍ଧାର ହୋଇଥିବା ହାତୀମାନଙ୍କ ମଧ୍ୟରୁ ତୁଣ୍ଡାନି ଅନ୍ୟତମ ଏବଂ ୨୦୧୩ ରେ ଏହା ମିଳିଥିଲା।

ସେୟାର ହେବା ପରଠାରୁ ଏହି ଭିଡିଓ ସୋସିଆଲ ମିଡିଆରେ ୯ ହଜାରରୁ ଅଧିକ ଥର ଦେଖାଯାଇଛି । ହାତୀର କ୍ୟୁଟନେସ ଲୋକଙ୍କ ହୃଦୟଜିତିପାରିଛି । ଲୋକମାନେ ଏହି ଭିଡିଓରେ ସୁନ୍ଦର ମନ୍ତବ୍ୟ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଖୁବ ସୁନ୍ଦର। ଅନ୍ୟ ଜଣେ ଲେଖିଛନ୍ତି- “ଏହାକୁ ଭଲ ପାଅ ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.