Below header

ଏମିତି ଲୋକ ନିଶ୍ଚୟ କରିବା ଉଚିତ ଗୁରୁବାର ବ୍ରତ, ଦେଖୁ ଦେଖୁ ବଦଳିଯିବ ଭାଗ୍ୟ, ଜାଣନ୍ତୁ ବ୍ରତ ପାଳିବାର ବିଧି

ସନାତନ ଧର୍ମରେ ସପ୍ତାହର ୭ ଦିନକୁ ଧାର୍ମିକ ରୂପେ ଯୋଡ଼ା ଯାଇଛି। ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବଦେବୀଙ୍କୁ ସମର୍ପିତ ରହିଛି ଏବଂ ସେହି ବିଶେଷ ଦିନରେ ହିଁ ସମ୍ବନ୍ଧିତ ଦେବଦେବୀଙ୍କ ପୂଜା କରାଯାଇଥାଏ ଓ ବ୍ରତ ରଖାଯାଇଥାଏ। ଏହିପରି ଗୁରୁବାର ଦିନର ଏକ ଖାସ୍‌ ମହତ୍ତ୍ୱ ରହିଛି। ଏହି ଦିନ ବ୍ରହ୍ମା ଓ ବୃହସ୍ପତିଙ୍କୁ ସମର୍ପିତ ରହିଛି। ଏହି ଦିନ ବ୍ରତ ରଖିଲେ ଅନେକ ପ୍ରକାରର ଶାରୀରିକ କଷ୍ଟ ଦୂର ହୋଇଯାଇଥାଏ। ଏଥି ସହିତ କେତେକ ଲାଭ ମଧ୍ୟ ମିଳିଥାଏ।

କିଛି ଲୋକ ଗୁରୁବାର ବ୍ରତ ପୂଜା କରିବା ସହିତ କିଛି ବିଶେଷ ରଙ୍ଗର ଖାଦ୍ୟ ଜିନିଷ ଖାଇବାର ନିୟମ ବି ପାଳନ କରିଥାଆନ୍ତି, ଯେମିତିକି, ହଳଦିଆ ରଙ୍ଗ। ଏହି ଦିନ ଲୋକେ କଦଳୀ, ବେସନର ବର୍ଫି ଆଦି ଖାଇ ଥାଆନ୍ତି। ଏହି ବ୍ରତରେ ଲୁଣ ଖିଆଯାଇ ନ ଥାଏ ଏବଂ କେବଳ ଗୋଟିଏ ଥର ହିଁ ଭୋଜନ କରାଯାଇଥାଏ।

କେଉଁ ଲୋକ କରିବା ଉଚିତ ଗୁରୁବାର ବ୍ରତ

ଯେଉଁ ଲୋକଙ୍କ ରାଶି ମୀନ କିମ୍ବା ଧନୁ, ସେମାନଙ୍କ ପାଇଁ ଏହି ବ୍ରତ ବହୁତ ଲାଭକାରୀ ହୋଇଥାଏ। ଏହାଦ୍ୱାରା ଗୁରୁ ଗ୍ରହ ସେମାନଙ୍କୁ କୃପା କରିଥାଆନ୍ତି। ସେମାନଙ୍କୁ ନିଜ ଜୀବନରେ ସଫଳତା ମିଳିଥାଏ। ଏଥି ସହିତ ବୈବାହିକ ଜୀବନ ମଧ୍ୟ ଭଲ ଚାଲିଥାଏ। ଏହାଛଡ଼ା ଯେଉଁ ଲୋକଙ୍କ କୁଣ୍ଡଳୀରେ ଗୁରୁ ଦୁର୍ବଳ ଥିବେ, ସେମାନେ ମଧ୍ୟ ଗୁରୁକୁ ମଜଭୁତ କରିବା ପାଇଁ ଏହି ବ୍ରତ ପାଳନ କରିବା ଉଚିତ।

ଯେଉଁ ଲୋକଙ୍କ ବିବାହ ହେବାରେ ବିଭିନ୍ନ ସମସ୍ୟା ଆସୁଛି କିମ୍ବା ବୈବାହିକ ଜୀବନରେ ସମସ୍ୟା ଅଛି, ସେମାନେ ଏହି ବ୍ରତ ପାଳନ କରିବା ଉଚିତ। ଏହି ବ୍ରତ ପାଳିଲେ ସେମାନଙ୍କ ବିବାହ ଜଲ୍‌ଦି ହେବ ଏବଂ ବୈବାହିକ ଜୀବନ ମଧ୍ୟ ସୁରୁଖୁରୁରେ ଚାଲିବ। ଯଦି ଆପଣ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବାରମ୍ବାର ଅସଫଳ ହେଉଛନ୍ତି, ତା’ହେଲେ ଗୁରୁବାର ବ୍ରତ କରନ୍ତୁ। ମନେ ରଖନ୍ତୁ, ଯଦି ଗୁରୁବାର ବ୍ରତ କରିବାକୁ ସ୍ଥିର କରିଛନ୍ତି ବା ସଂକଳ୍ପ କରିଛନ୍ତି, ତା’ହେଲେ ଅତି କମ୍‌ରେ ୧୧ ଗୁରୁବାର ପର୍ଯ୍ୟନ୍ତ ବ୍ରତ ଜାରି ରଖନ୍ତୁ। ଏଥିରେ ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ।

ଏଥିପାଇଁ ବି ଗୁରୁତ୍ୱ ବହନ କରିଥାଏ ଗୁରୁବାର

ମାନ୍ୟତା ରହିଛି, କୌଣସି ବି ଖରାପ ଅଭ୍ୟାସକୁ ଯଦି ଛାଡ଼ିବାକୁ ଚାହୁଁଛନ୍ତି, ତ ଗୁରୁବାର ଦିନ ସବୁଠାରୁ ଭଲ ହୋଇଥାଏ। ଏହାଛଡ଼ା ଏହି ଦିନ ବ୍ରତ, ପୂଜା କଲେ ପାପର ପ୍ରାୟଶ୍ଚିତ ହୋଇଥାଏ। ଘରେ ଧୂପ ଦେଲେ ଝଗଡ଼ା, ନିଦ ନ ଆସିବାର ସମସ୍ୟା, ଚିନ୍ତା ଆଦି ଦୂର ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.