ନୂଆଦିଲ୍ଲୀ: ପୁଣି ବଢିଲା କରୋନା ଗ୍ରାଫ। ଗତକାଲି ଠାରୁ ୧୪ ପ୍ରତିଶତ ବଢିଲା କରୋନା ମାମଲା। ଦିନକରେ ସଂକ୍ରମିତ ହୋଇଛନ୍ତି ୪୩ହଜାର ୨୬୩। ୩୩୮ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ୭୦ ପ୍ରତିଶତ ମାମଲା କେବଳ କେରଳରୁ ଆସିଛି।
କେରଳରେ ୩୦ହଜାର ୧୯୬ ଜଣ ସଂକ୍ରମିତ ହୋଇଛନ୍ତି। ୧୮୧ଜଣଙ୍କ ମୃତ୍ୟୁ ହୋଇଛି। ଆଜିକୁ ମିଶାଇ ଦେଶରେ ୩କୋଟି ୩୧ଲକ୍ଷ ୩୯ହଜାର ୯୮୧ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୪୧ହଜାର ୭୪୯ରେ ପହଞ୍ଚିଛି। ସୁସ୍ଥ ହୋଇଛନ୍ତି ୩କୋଟି ୨୩ଲକ୍ଷ ୪ହଜାର ୬୧୮।