ଫୁଟୁଥିବା ପାଣିରେ ବସି ଧ୍ୟାନ ଲଗାଉଛି ଛୋଟ ପିଲା, ଭିଡିଓ ଦେଖିଲେ ଲୋମ ଟାଙ୍ଗୁରୀ ଉଠିବ

ସୋସିଆଲ ମିଡିଆରେ କେତେ ବେଳେ କ’ଣ ଭାଇରଲ ହୋଇଯାଏ, ତାହା କେହି କହିପାରିବେ ନାହିଁ। ଆଉ ବେଳେ ବେଳେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ମଣିଷ ଆଶ୍ଚର୍ଯ୍ଯ ମଧ୍ୟ ହୋଇଯାଏ। ଏମିତି ଏକ ଭିଡିଓ ଏବେ ଭାଇରଲ ହେଉଛି।

ଆପଣଙ୍କ ଶରୀରର କୌଣସି ବି ଅଂଶରେ ଗରମ ଚା’, କ୍ଷୀର ବା ପାଣି ପଡ଼ିଯାଏ ,ତେବେ ଜୀବନ ଚାଲି ଯିବା ପରି ଲାଗେ, ହେଲେ ସୋସିଆଲ ମିଡ଼ିଆରେ ଜଣେ ଛୋଟ ପିଲାର ଏମିତି ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ କାହାର ବି ଲୋମ ଟାଙ୍କୁରି ଉଠିବ । ଏହି ଭିଡ଼ିଓଟି କେଉଁ ସ୍ଥାନର, କେଉଁ ସମୟର, ଏହା ବିଷୟରେ ଏବେ କିଛି ସୂଚନା ନାହିଁ । ହେଲେ ଇଣ୍ଟରନେଟ୍‌ରେ ଏହି ଭିଡ଼ିଓ ଦେଖି ସମସ୍ତେ ଭୟଭୀତ ଓ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଟ୍ୱିଟରରେ ଏହି ଭିଡ଼ିଓକୁ @iSandeepBisht ନାମକ ୟୁଜର ସେୟାର କରିଛନ୍ତି। ଭିଡ଼ିଓ ସହ ସେ କ୍ୟାପସନରେ ଲେଖିଛନ୍ତି , ଏହା ହେଉଛି ୨୦୨୧ର ଭାରତ। ଏହି ଭିଡ଼ିଓ କେବେ ରେକର୍ଡ କରାଯାଇଛି ଏବଂ କେଉଁ ସ୍ଥାନର କିଛି ଜଣାଇନାହାନ୍ତି । ସୋସିଆଲ ମିଡ଼ିଆରେ ଉକ୍ତ ଭିଡ଼ିଓକୁ ଏବେସୁଦ୍ଧା ୧ଲକ୍ଷରୁ ଅଧିକ ଥର ଦେଖା ସରିଛି ।

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଆପଣ ଦେଖିପାରିବେ , ଜଣେ ପିଲା ଫୁଟନ୍ତା ଗରମ ପାଣି ଫୁଲ୍ କଢ଼େଇରେ ଧ୍ୟାନ ଲଗେଇ ବସିଛନ୍ତି ଏବଂ ହାତ ଯୋଡ଼ିଛନ୍ତି । କଢ଼େଇର ବାକି ଅଂଶ ଫୁଲରେ ଢ଼ାଙ୍କି ହୋଇଛି । ଆଖପାଖରେ ଲୋକଙ୍କର ଭିଡ଼ ଜମିଛି । ଲୋକେ ଆଶ୍ଚର୍ଯ୍ୟ ହୋଇ ପିଲାଙ୍କୁ ଦେଖୁଛନ୍ତି । କିଛି ଲୋକ ତ ମୋବାଇଲରେ ଭିଡ଼ିଓ ମଧ୍ୟ କରୁଛନ୍ତି । କଢେଇଟି ଚୁଲାରେ ବସିଛି । ଚୁଲିରେ କାଠ କାଠ ମଧ୍ୟ ଜଳୁଛି । ପିଲାଟିର ପଛ ଓ ଆଗରେ ପୋଷ୍ଟର ଲାଗିଛି , ଯେଉଁଥିରେ ଲେଖା ହୋଇଛି ଭକ୍ତ ପ୍ରହଲ୍ଲାଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.