ମାଲୟାଲମ ଟିଭି ଅଭିନେତ୍ରୀ ନିମିଷା ଗିରଫ, ଧାର୍ମିକ ଡଙ୍ଗାରେ ଚପଲ ପିନ୍ଧି ଫଟୋ ଉଠାଇଥିବା ଅଭିଯୋଗ

କେରଳର ପାରମ୍ପରିକ ଡଙ୍ଗାରେ ଚପଲ ପିନ୍ଧି ଚଢିବା ପରେ ମନ୍ଦିରର ରୀତିନୀତି ଉଲ୍ଲଙ୍ଘନ କରିବା ମାମଲାରେ ମାଲୟାଲମ ଟିଭି ଅଭିନେତ୍ରୀ ନିମିଷା ଗିରଫ ହୋଇଛନ୍ତି। ଶନିବାର ଦିନ ନିମିଷା ଗିରଫ କରାଯାଇଛି। ପୋଲିସ ଏହି ମାମଲାର ଯାଞ୍ଚ କରୁଛି। ପୋଲିସ କହିବା ମୁତାବକ, ନିମିଷା ଏବଂ ତାଙ୍କ ଫଟୋ ଉଠାଇଥିବା ସାଙ୍ଗ ଉପରେ ମଧ୍ୟ କେସ ଦାୟର ହୋଇଛି। ପରେ ଦୁହେଁ ଥାନାରେ ଜମାନତ ଦେଇ ଯାଇଛନ୍ତି।

ଖବର ମୁତାବକ, ନିମିଷା ନିଜର କିଛି ସାଙ୍ଗ ସହିତ ପ୍ରସିଦ୍ଧ ଅରନମୁଲ୍ଲା ମନ୍ଦିରର ପଲ୍ଲୀୟୋଦମକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ସେଠାରେ ଥିବା ଧାର୍ମିକ ଡଙ୍ଗାରେ ଫଟୋଉଠାଇବା ପାଇଁ ଚପଲ ପିନ୍ଧି ଚଢିଥିଲେ। ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହା ପରେ ବିବାଦ ମୁଣ୍ଡ ଟେକିଥିଲା। ପୁଥୁକୁଲଙ୍ଗରା ପଲ୍ଲୀୟୋଦମ ସେବା ସମିତି ପକ୍ଷରୁ ନିୟମ ଉଲ୍ଲଙ୍ଘନ ଏବଂ ଧାର୍ମିକ ଭାବନା କ୍ଷୁର୍ଣ୍ଣ ନେଇ ଅଭିଯୋଗ ଦାଏର ହୋଇଥିଲା।

ପ୍ରଥମେ ଅଭିନେତ୍ରୀଙ୍କ ନାମରେ ମାମଲା ଦାଏର ହୋଇଥିଲା। ତା’ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ବୁଧବାର ଦିନ ନିମିଷା ମଧ୍ୟ ପୋଲିସ ଥାନାରେ ଏକ ଅଭିଯୋଗ ଦାଏର କରିଥିଲେ। ଏହି ଅଭିଯୋଗ ପତ୍ରରେ ନିମିଷାଙ୍କୁ ଫୋନ ଏବଂ ସୋସିଆଲ ମିଡିଆ ଜରିଆରେ ଅଜ୍ଞାତ ଲୋକଙ୍କ ଦ୍ବାରା ଗାଳିଗୁଲଜ ଏବଂ ଧମକ ଦେବା କଥା ଉଲ୍ଲେଖ ଥିଲା। କିନ୍ତୁ ପରେ ଏହାକୁ ନେଇ ନିମିଷା ଭୁଲ ମାଗିଥିଲେ। ସେ ଭୁଲରେ ଏପରି କରିଦେଇଥିଲେ, କୌଣସି ନୀତି ନିୟମ କିମ୍ବା ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିବା ମନ ନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.