ଭୂପେନ୍ଦ୍ର ପଟେଲ ହେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେ ନ୍ୟୁଜ): ଭୂପେନ୍ଦ୍ର ପଟେଲ ହେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନିଆଗଲା ନିଷ୍ପତ୍ତି । ବିଜେପି ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ର ନିର୍ବାଚିତ ହୋଇଥିବା ଜଣାଯାଇଛି । ଗୁଜରାଟ ଘାଟଲୋଦିଆରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । କହିରଖିବା ଉଚିତ ହେବକି ଶନିବାର ଗୁଜରାଟର ବିଜୟ ରୁପାଣି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟପାଳଙ୍କ ସହ ସାକ୍ଷାତ କରିବା ପରେ ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.